ଦେଶ

୨୦୩୦ ସୁଦ୍ଧା ୫୦ପ୍ରତିଶତ କମିବ ସଡ଼କ ଦୁର୍ଘଟଣା: ନିତିନ ଗଡକରୀ – Ibnodisha

[ad_1]

ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣା ସାଧାରଣ ଅଟେ। ଭାରତରେ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ଶିକାର ହୋଇ ପ୍ରାଣ ହରାଇଥାନ୍ତି। ସଡ଼କ ଦୁର୍ଘଟଣାକୁ ମଧ୍ୟ ସରକାର ଏକ ଗୁରୁତର ସମସ୍ୟା ବୋଲି ବିବେଚନା କରୁଛନ୍ତି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ମଙ୍ଗଳବାର କହିଛନ୍ତି ଯେ ସଡ଼କ ସୁରକ୍ଷା ହେଉଛି ସରକାରଙ୍କ ପ୍ରାଥମିକତା ଏବଂ ୨୦୩୦ ସୁଦ୍ଧା ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ୫୦ ପ୍ରତିଶତ ହ୍ରାସ କରିବା ଲକ୍ଷ୍ୟ ରଖାଯାଇଛି।

ଦିଲ୍ଲୀରେ ସଡ଼ିକ ସୁରକ୍ଷା ଉପରେ କନଫେଡେରେସନ୍‌‌ ଅଫ୍‌‌ ଇଣ୍ଡିଆନ୍‌‌ ଇଣ୍ଡଷ୍ଟ୍ରିର ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ଗଡକରୀ କହିଛନ୍ତି ଯେ ସଡ଼କ ସୁରକ୍ଷା ଇଞ୍ଜିନିୟରିଂ, କାର୍ଯ୍ୟକାରୀ, ଶିକ୍ଷା ଏବଂ ଜରୁରୀକାଳୀନ ଚିକିତ୍ସା ସେବା, ସାମାଜିକ ଆଚରଣରେ ପରିବର୍ତ୍ତନ ହେଉଛି। ଏହି ପରିବର୍ତ୍ତନ ହେବା ଅତ୍ୟନ୍ତ ଆବଶ୍ୟକ । ହେଲେ ସଡ଼କ ସୁରକ୍ଷା ବୃଦ୍ଧି ପାଇଁ ସମସ୍ତ ହିତାଧିକାରୀଙ୍କ ସହଯୋଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏଥିପାଇଁ ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବା ଜରୁରୀ ହୋଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button