ଦେଶ

ପଞ୍ଜାବ ପାଇଁ ଆମ୍ ଆଦ୍‌ମୀର ୮ଜଣିଆ ପ୍ରଥମ ପ୍ରାର୍ôଥତାଲିକା ଜାରି – Ibnodisha

[ad_1]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜରିୱାଲ୍‌ଙ୍କ ନେତୃତ୍ୱାଧୀନ ଦଳ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ପକ୍ଷରୁ ଗୁରୁବାର ପଞ୍ଜାବ ରାଜ୍ୟ ପାଇଁ ୮ ଜଣିଆ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ତେବେ ପଞ୍ଜାବ ପାଇଁ ପ୍ରଥମ ରାଜନୈତିକ ଦଳ ଭାବେ ଆପ୍ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାରଣ ଦେଶର ଦୁଇଟି ବୃହତ୍ ଦଳ ବିଜେପି ଏବଂ କଂଗ୍ରେସ ପକ୍ଷରୁ ଏପର୍ଯ୍ୟନ୍ତ ପଞ୍ଜାବ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇନାହିଁ । ତେବେ ଆପ୍‌ର ଏହି ୮ଜଣିଆ ପ୍ରାର୍ଥୀତାଲିକା ଅନୁସାରେ ସମ୍ପ୍ରତି ପଞ୍ଜାବ କ୍ୟାବିନେଟ୍‌ର ୫ମନ୍ତ୍ରୀଙ୍କୁ ଲୋକସଭା ପାଇଁ ଟିକେଟ୍ ଦିଆଯାଇଥିବା ଦେଖିବାକୁ ମିଳିଛି । ପଞ୍ଜାବରେ ମୋଟ୍ ୧୩ଟି ଲୋକସଭା ଆସନ ଥିବା ବେଳେ ଆପ୍ ଏଥିରୁ ୮ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି ।

ଅମୃତସର ଲୋକସଭା ଆସନରୁ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ କୁଲଦୀପ ସିଂହ ଧଲିୱାଲାଙ୍କୁ ଟିକେଟ୍‌୍ ଦିଆଯାଇଥିବା ବେଳେ ମନ୍ତ୍ରୀ ଲଲଜିତ୍ ସିଂ ଭୁଲାର ଖଦୁର ସାହିବ ଆସନରୁ ପ୍ରାର୍ଥୀ ହେବେ । ସେହିପରି ପଞ୍ଜାବର ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ଡକ୍ଟର ବଲବୀର ସିଂହଙ୍କୁ ପଟିଆଲା ଲୋକସଭା ଆସନରୁ ଆମ୍ ଆଦ୍‌ମୀ ପାର୍ଟି ପ୍ରାର୍ଥୀ କରିଛି । ପଞ୍ଜାବରେ ସମ୍ପ୍ରତି ଆମ୍ ଆଦ୍‌ମୀ ପାର୍ଟି ସରକାର ରହିଛି । ସୂଚନାଯୋଗ୍ୟ, ବିଜେପି ପକ୍ଷରୁ ୨ଟି ପର୍ଯ୍ୟାୟରେ (୧୯୫+୭୨=୨୬୭) ମୋଟ୍ ୨୬୭ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରାଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ମଧ୍ୟ ୨ଟି ପର୍ଯ୍ୟାୟରେ (୩୯+୪୩=୮୨) ମୋଟ୍ ୮୨ଟି ଆସନ ପାଇଁ ଚୂଡାନ୍ତ ପ୍ରାର୍ଥୀତାଲିକା ଘୋଷଣା କରାଯାଇସାରିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍ କହିଛନ୍ତି, କେଜରିୱାଲ୍‌ଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଆଧାରରେ ପ୍ରାର୍ôଥତାଲିକା ଜାରି କରାଯାଇଛି । ଆଗାମୀ ଦିନରେ ରାଜ୍ୟର ବାକି ୫ ଲୋକସଭା ଆସନ ପାଇଁ ମଧ୍ୟ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଖୁବ୍‌ଶୀଘ୍ର ଘୋଷଣା କରାଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button