ଦେଶ

ମଝି ଆକାଶରେ ବିମାନର ଗେଟ୍ ଖୋଲିବାକୁ ଉଦ୍ୟମ କଲା ଯୁବକ, ନିର୍ଘାତ ଛେଚିଲେ ସହଯାତ୍ରୀ – Ibnodisha

[ad_1]

ନୂଆଦିଲ୍ଲୀ: ଗୋଟିଏ ବିମାନର ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରିବା ଏବଂ କ୍ରୁ ମେମ୍ବରଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ଗୁରୁବାର ଅଗରତାଲା ବିମାନ ବନ୍ଦରରୁ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି।

ତ୍ରିପୁରା ପୁଲିସ ମୁଖପାତ୍ର ଜ୍ୟୋତିଷମାନ ଦାସ ଚୌଧୁରୀ କହିଛନ୍ତି ଯେ ବିଶ୍ୱଜିତ ଦେବନାଥ (୪୧) ନାମକ ଯୁବକ ଗୌହାଟୀ-ଅଗରତାଲା ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିଲା । ବିମାନ ଆକାଶରେ ଥିବାବେଳେ ସେ ହଠାତ୍ ଉଠି ବିମାନର ଜରୁରୀକାଳୀନ ଗେଟ୍ ଖୋଲିବାକୁ ଚେଷ୍ଟା କରିଥିଲା । ଏହି ସମୟରେ ଜଣେ ଏୟାରହୋଷ୍ଟେସ ତାଙ୍କୁ ଦେଖି ଟାଣି ଆଣିଥିଲେ । କିନ୍ତୁ ସେ ଏୟାରହୋଷ୍ଟେସଙ୍କୁ ଦୁର୍ବ୍ୟବହାର କରିଥିଲା । ଏହାପରେ  ବିମାନର ଅନ୍ୟଯାତ୍ରୀମାନେ ମଧ୍ୟ ତାଙକୁ ଟାଣିବାକୁ ଉଦ୍ୟମ କରିବାକୁ ସେମାନଙ୍କୁ ବି ସେ ଗାଳିଗୁଲଜ କରିଥିଲା । ଏହାପରେ ଯାତ୍ରୀମାନେ ଉକ୍ତ ଯୁବକକୁ ପ୍ରବଳ ମାଡ଼ ମାରି କାବୁ କରିଥିଲେ ଓ ବିମାନ ଅଗରତାଲାର ମହାରାଜା ବୀର ବିକ୍ରମ ବିମାନବନ୍ଦରରେ ଓହ୍ଲାଇବା ପରେ ସିଆଇଏସଏଫ ହାତରେ ଦେଇଥିଲେ । ପରେ ସିଆଇଏସଏଫ ତାକୁ ପୁଲିସକୁ ହସ୍ତାନ୍ତର କରିଥିଲା ଓ ପୁଲିସ ତାକୁ ଗିରଫ କରିଥିଲା ।

ଯାତ୍ରୀଙ୍କ ମାଡରେ ସେ ଆହତ ହୋଇଥିବାରୁ ତାକୁ ପୁଲିସ ହସପିଟାଲକୁ ନେଇ ଚିକିତ୍ସା କରାଉଛି । ତେବେ ଏବେ ସେ ବିପଦମୁକ୍ତ ରହିଛି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button