ଦେଶ

ମାତା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି ଏହି ୪ ଟି ମାସରେ ଜନ୍ମ ହୋଇଥିବା ଝିଅ, ଯେଉଁ ଘରକୁ ଯାଆନ୍ତି ସେ ଘରକୁ ବନେଇ ଦିଅନ୍ତି ସ୍ଵର୍ଗ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଝିଅ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି କିଛି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କ ସମ୍ବନ୍ଧରେ କୁହା ଯାଇଛି, ଯେଉଁ ମାନେ ନିଜ ଘର ପରିବାର ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ଯେଉଁ ଘରେ ନିଜର ପାଦ ରଖିଥାନ୍ତି ସେହି ଘର ସୁଖ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯାଏ। ଏମାନଙ୍କ ପାଦ ମାତା ଲକ୍ଷ୍ମୀ ଙ୍କ ପାଦ ସ୍ୱରୂପ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ।

୧. ମାର୍ଚ୍ଚ- ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କ ମସ୍ତିଷ୍କ ବହୁତ ତେଜ ହୋଇଥାଏ। ଏମାନେ ଅତି ସହଜରେ କଠିନ ପରିସ୍ଥିତି ର ସାମ୍ନା କରିଥାନ୍ତି। ଏହି କାରଣରୁ ଏମାନେ କ୍ୟାରିଅର କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରନ୍ତି ଏବଂ ଖୁବ ପଇସା ରୋଜଗାର କରନ୍ତି।

ଏମାନେ କେବେବି ନିଜ ଘରେ ପଇସାର ଅଭାବ ହେବାକୁ ଦିଅନ୍ତି ନାହିଁ।ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ନିଜ ଶାଶୂଘର ପାଇଁ ମଧ୍ୟ ବହୁତ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି। ଏମାନଙ୍କ ଜୀବନସାଥୀ ବହୁତ ଭାଗ୍ୟବାନ ଅଟନ୍ତି ଏବଂ ଏମାନଙ୍କୁ ବିବାହ କରିବା ପରେ ବହୁତ ଖୁସି ରେ ରୁହନ୍ତି।

୨. ଜୁଲାଇ- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ନିଜ ଘର ଓ ପରିବାର ପାଇଁ ବହୁତ ଲକି ହୋଇଥାନ୍ତି। ଏମାନେ କ୍ୟାରିଅର କ୍ଷେତ୍ରରେ ସଫଳତା ହାସଲ କରନ୍ତି ଏବଂ ସମାଜ ରେ ନିଜର ପ୍ରତିଷ୍ଠା ହାସଲ କରନ୍ତି।ଏହା ସହିତ ଏହି ମାସରେ ଜନ୍ମ ହୋଇଥିବା ଝିଅ ଦୃଢ଼ ନିଶ୍ଚୟୀ ହୋଇଥାନ୍ତି। ଯେଉଁ କାର୍ଯ୍ୟ କୁ କରିବା ନିମନ୍ତେ ନିଷ୍ପତି ନେଇଥାନ୍ତି ତା’କୁ ନିଶ୍ଚିତ ଭାବରେ ପୂର୍ଣ କରନ୍ତି। ଏମାନେ ନିଜ ସହିତ ନିଜ ପରିବାର ର ନାମ ମଧ୍ୟ ଉଚ୍ଚ ରେ ରଖନ୍ତି।

୩. ସେପ୍ଟେମ୍ବର- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କ ବୁଦ୍ଧି ଅତ୍ୟନ୍ତ ପ୍ରଖର ହୋଇଥାଏ। ଏମାନେ ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି ବିଚାର କରିଥାନ୍ତି। ଏମାନେ ସମ୍ପର୍କ କୁ ବହୁତ ଅଧିକ ଗୁରୁତ୍ଵ ପ୍ରଦାନ କରନ୍ତି। ଏମାନେ ନିଜ ପରିବାର ର ସମସ୍ତ ସଦସ୍ୟ ଏବଂ ନିଜ ଜୀବନସାଥୀ ଙ୍କ ସମସ୍ତ ଆବଶ୍ୟକତା କୁ ପୂରଣ କରିବା ନିମନ୍ତେ ଚେଷ୍ଟା କରନ୍ତି ଏବଂ ଏଥିପ୍ରତି ମଧ୍ୟ ଧ୍ୟାନ ରଖନ୍ତି ଯେ ତାଙ୍କ ପାଇଁ ପରିବାର ର କୌଣସି ସଦସ୍ୟ ଯେପରି ଅସୁବିଧା ର ସାମ୍ନା ନକରୁ।

୪. ନଭେମ୍ବର- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ କେୟାରିଂ ନେଚର ର ହୋଇଥାନ୍ତି। ଏମାନେ ସର୍ବଦା ସମ୍ପର୍କ କୁ ଯୋଡ଼ିବା ନିମନ୍ତେ ଚେଷ୍ଟା କରିଥାନ୍ତି। ଶାସ୍ତ୍ର ଅନୁସାରେ ଏମାନେ ଜଣେ ଭଲ ଝିଅ ହେବା ସହିତ ଜଣେ ଭଲ ବୋହୁ ମଧ୍ୟ ସାବ୍ୟସ୍ତ ହୋଇଥାନ୍ତି। ଏମାନେ କ୍ୟାରିଅର ରେ ବହୁତ ସଫଳତା ହାସଲ କରନ୍ତି ଏବଂ ଏହି କାରଣରୁ ଏମାନଙ୍କୁ ଜୀବନ ରେ କେବେବି ଆର୍ଥିକ ପରିସ୍ଥିତି ର ସାମ୍ନା କରିବାକୁ ପଡ଼ିନଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button