IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଗାଈ ଉପରେ ହାତ ରଖି କହିଦିଅନ୍ତୁ ଏହି ଦୁଇଟି ଶବ୍ଦ, ପୂର୍ଣ୍ଣ ହେବ ସବୁ ମନୋକାମନା, ଦୂର ହେବ ଦୁଃଖ, ଦରିଦ୍ରତା

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ଗାଈ ହେଉଛି ସମସ୍ତ ଜଗତ ର ମା । ସେ ଗୋଟେ ଦିବ୍ୟ ଜୀବ । ଗାଈ ସୁବର୍ଣ୍ଣ ଗୁଣ ର ଅଧିକାରୀ । ଗାଈ ଉପରେ ସମସ୍ତ ଗ୍ରହ ର ପ୍ରଭାବ ପଡ଼ିଥାଏ । ଗାଈ ର ମଝି ହାଡ଼ ରେ ସୁବର୍ଣ୍ଣ ଶକ୍ତି ର ପ୍ରଭାବ ପଡ଼ିଥାଏ । ଯାହା ଫଳରେ କି ଗାଈ ର କ୍ଷୀର ସାମାନ୍ୟ ହଳଦିଆ ଧଳା ହୋଇଥାଏ । ଗାଈ କୁ ପୂଜା କରି ତାର ଯତ୍ନ ନେବା ଦ୍ବାରା ଆପଣଙ୍କ ମନସ୍କାମନା ପୂରଣ ହୋଇଥାଏ । ତେବେ ଗାଈ ଦ୍ୱାରା ଆମ ଘର ର କଣ ମଙ୍ଗଳ ହୋଇଥାଏ ଏବଂ ଆମକୁ ତାହା ପାଇଁ କଣ କରିବା ଉଚିତ ତାହା ବିଷୟରେ ଜାଣିବା ।

ତେବେ ଆମ ହିନ୍ଦୁ ଧର୍ମ ରେ ଗାଈ କୁ ବହୁତ ଶୁଭ ବୋଲି ମନା ଯାଇଥାଏ । ଗାଈ ଦେହରେ ପୁରା ତେତିଶ କୋଟି ଦେବ ଦେବତା ଅଛନ୍ତି ବୋଲି ମନା ଯାଇଥାଏ । ତେଣୁ ଗାଈ କୁ ପୂଜା କରିବା ଦ୍ବାରା ସମସ୍ତ ଦେଵ ଦେବତା ଖୁସି ହୋଇଥାନ୍ତି । ଯେଉଁମାନେ ଗାଈ ଙ୍କୁ ପୂଜା କରନ୍ତି ସେମାନେ ତାଙ୍କୁ ଗୋ ମାତା ବୋଲି ମାନିଥାନ୍ତି ଏବଂ ଗୋ ମାତା ଙ୍କୁ ପୂଜା କରିବା ଦ୍ବାରା ଆପଣଙ୍କ ର ସବୁ ଦୁଃଖ କଷ୍ଟ କୁ ଗୋ ମାତା ତାଙ୍କ ପାଖକୁ ନେଇ ଯାଇଥାନ୍ତି । ଗାଈ ଯେତେବେଳେ ବୁଲିକି ଆସିଥାଏ ସେତେବେଳେ ତାର ଧୂଳି ବହୁତ ଉପକାରୀ ହୋଇଥାଏ । ଯେଉଁମାନଙ୍କୁ ବହୁତ ଜଲଦି କ୍ରୋଧ ଆସି ଯାଇଥାଏ , ଯେଉଁମାନଙ୍କ ର ପାଠ ରେ ଭଲ ହୁଏ ନାହିଁ , ଏବଂ ସବୁ ବିଦ୍ୟାର୍ଥୀ ମାନେ ଗାଈ କୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ ।

ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ । ଆପଣଙ୍କ ବୁଧ ଦଶା ଦୂର ହୋଇ ଯାଇଥାଏ । ଯେଉଁ ଲୋକମାନଙ୍କ ର ମଙ୍ଗଳ ଗ୍ରହ ର ପ୍ରଭାବ ରହିଛି ସେମାନେ ଗାଈ ର ଦାନ ବ୍ରାହ୍ମଣ କିମ୍ବା ଗରିବ ଲୋକ ଙ୍କୁ ଦାନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ମଙ୍ଗଳ ଦଶା ଦୂର ହୋଇ ଯାଇଥାଏ । ଯଦି ଆପଣଙ୍କ ଶନି ଦଶା ଦୂର କରିବାକୁ ଚାହୁଁଛନ୍ତି ତେବେ ଆପଣ କଳା ଗାଈ ର ଦାନ କରନ୍ତୁ । ଏହା ଦ୍ବାରା ଆପଣଙ୍କ ର ଶନି ଦଶା ଦୂର ହୋଇଥାଏ । ଯାହାର ବହୁତ ଦିନ ହେବ କୌଣସି କାର୍ଯ୍ୟ ଠିକ ରୂପରେ ହେଉନି ତେବେ ସେମାନେ ଗାଈ କୁ ରୁଟି ଖାଇବାକୁ ଦିଅନ୍ତୁ ।

ଏହାଦ୍ବାରା ମା ଲଷ୍ମୀ ଖୁସି ହୋଇଥାନ୍ତି ଏବଂ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ । ଯଦି ଆପଣଙ୍କ ଘରକୁ କୌଣସି ଗାଈ ପାଣି କିମ୍ବା ଖାଇବାକୁ ଆସେ ତେବେ ତାକୁ ଆପଣ ଖାଇବାକୁ ପିଇବାକୁ ଦିଅନ୍ତୁ । ଶୀତ ଦିନେ ଆପଣ ତାକୁ ଗୁଡ଼ ଖାଇବାକୁ ଦିଅନ୍ତୁ । ଯଦି ଆପଣ ଆପଣଙ୍କ ଧ୍ରୁବ ଦୋଷ ଦୂର କରିବାକୁ ଚାହୁଁଛନ୍ତି ତେବେ ଆପଣ ଅମାବାସ୍ୟା ରେ ଗାଈ କୁ ରୁଟି ଗୁଡ଼ ଏବଂ ସବୁଜ ଚାରା ଖାଇବାକୁ ଦିଅନ୍ତୁ । ଗାଈ ର ଗୋଟେ ଚୂଳ ଥାଏ ଯେଉଁଥିରେ କି ରାହୁ ଏବଂ କେତୁ ଙ୍କର ପ୍ରଭାବ ରହିଥାଏ । ସେହି ଚୂଳ କୁ ଆପଣ ଆଉଁସିବା ଦ୍ବାରା ଆପଣଙ୍କ ଅନେକ ଶୁଭ ହୋଇଥାଏ । ଆପଣଙ୍କ ଆର୍ଥିକ ସ୍ଥିତି ରେ ବହୁତ ଉନ୍ନତି ହୋଇଥାଏ ।

ଗାଈ ର ଗୋବର ବହୁତ ଶୁଭ ହୋଇଥାଏ । ଏହାକୁ ସବୁ ପ୍ରକାର ପୂଜା ରେ ବ୍ୟବହାର କରାଯାଇଥାଏ । ତେଣୁ ଆପଣ ଆପଣଙ୍କ ଘର ଦୁଆର ଆଦି କୁ ଗୋବର ଦ୍ବାରା ଲିପନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରକୁ ଶୁଭ ଶକ୍ତି ର ଆଗମନ ହୋଇଥାଏ । ଯଦି କେବେ ଆପଣଙ୍କ ଘରକୁ ଗାଈ ଆସୁଛି ତେବେ ତାକୁ ଆପଣ କେବେ ବି ଖାଲି ରେ ଛାଡ଼ନ୍ତୁ ନାହିଁ । ତାକୁ କିଛି ଖାଇବାକୁ ଏବଂ ପିଇବାକୁ ନିଶ୍ଚିତ ଭାବରେ ଦିଅନ୍ତୁ । ଏହାଦ୍ଵାରା ଆପଣଙ୍କ ର ଶୁଭ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button