ସିଙ୍ଗାପୁର ସ୍ମାଶ୍ କ୍ୱାର୍ଟର୍ରେ ଶରତ କମଳ – Ibnodisha
[ad_1]
ନୂଆଦିଲ୍ଲୀ: ଭାରତର ଶରତ କମଳ ଗତ ଦେଢ଼ବର୍ଷ ହେବ ଟେବଲ୍ ଟେନିସ୍ରେ ଉନ୍ନତ ପ୍ରଦର୍ଶନ କରିଆସୁଛନ୍ତି । ୪୧ ବର୍ଷୀୟ ଷ୍ଟାର୍ ପ୍ୟାଡ୍ଲର୍ ସିଙ୍ଗାପୁର ସ୍ମାଶ୍ ଟେବଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ରେ ତାଙ୍କର ଏହି ଜାଏଣ୍ଟ୍ କିଲିଂ ପ୍ରଦର୍ଶନ ଜାରୀ ରଖି ଗୁରୁବାର ଇଜିପ୍ଟର ଓମାର୍ ଆସର୍ଙ୍କୁ ୩-୦ (୧୧-୪, ୧୧-୮, ୧୨-୧୦)ରେ ହରାଇ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ପୂର୍ବରୁ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ରେ ସେ ବିଶ୍ୱର ନଂ.୧୩ ସ୍ଲୋଭେନିଆର ଡାକୋ ଜୋର୍ଗିକଙ୍କୁ ହରାଇଥିଲେ ।
କ୍ୱାଲିଫାୟର୍ ତଥା ବିଶ୍ୱ ର୍ୟାଙ୍କିଙ୍ଗ୍ର ୮୮ ନଂ. ଖେଳାଳି ଶରତ ପ୍ରଥମରୁ ବିଶ୍ୱର ୨୨ ନମ୍ବର ଖେଳାଳିଙ୍କ ବିପକ୍ଷରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ତୃତୀୟ ଗେମ୍ରେ ଏକଦା ୪-୮ରେ ପଛୁଆ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିଅନ୍ ଶରତ କମଳ ପ୍ରତ୍ୟାବର୍ତ୍ତନ କରି ସ୍କୋର୍ ୮-୮ ଏବଂ ୧୦-୧୦ରେ ପହଞ୍ଚିଥିଲେ । ଏହାପରେ ଓମାର୍ଙ୍କ ଏକ ରିଟର୍ନ ନେଟ୍ରେ ଲାଗିବା ପରେ ଶରତଙ୍କ କ୍ୱାର୍ଟର୍ ଫାଇନାଲ୍ ରାସ୍ତା ପରିଷ୍କାର ହୋଇଯାଇଥିଲା । କ୍ୱାର୍ଟର୍ ଫାଇନାଲ୍ରେ ଶରତ ଫ୍ରାନ୍ସର ଫେଲିକ୍ସ ଲେବ୍ରନ୍ ଓ ସ୍ୱିଡେନ୍ର କ୍ରିଷ୍ଟିଆନ୍ କାର୍ଲସନ୍ଙ୍କ ମ୍ୟାଚ୍ର ବିଜେତାଙ୍କ ଭେଟିବେ । ଟୁର୍ଣ୍ଣାମେଣ୍ଟ୍ର ଗତ ଦୁଇଟି ସଂସ୍କରଣରେ ଶରତ ପ୍ରଥମ ରାଉଣ୍ଡ୍ରୁ ହିଁ ବିଦାୟ ନେଇଥିଲେ ।
[ad_2]