ଦେଶ

ଅଯୋଧ୍ୟାରେ ହେବ ‘ଶାକାହାରୀ’ କେଏଫସି – Ibnodisha

[ad_1]

ଅଯୋଧ୍ୟା : ଭଗବାନ ରାମଙ୍କ ମନ୍ଦିର ଉଦଘାଟନ ପରେ ଅଯୋଧ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ପ୍ରତିଦିନ ହାରାହାରି ଲକ୍ଷଲକ୍ଷ ଲୋକ ରାମଲାଲାଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି। ଏଭଳି ସ୍ଥିତିରେ ଖାଦ୍ୟ କମ୍ପାନିଗୁଡ଼ିକ ମଧ୍ୟ ନିଜର ଆଉଟଲେଟ୍ ଖୋଲିବା ପାଇଁ ନିରନ୍ତର ପ୍ରସ୍ତୁତି ଚଳାଇଛନ୍ତି। ନିକଟରେ ଖୋଲିଥିବା ବହୁରାଷ୍ଟ୍ରୀୟ ଫୁଡ୍ ଚେନ୍ ଡୋମିନୋଜର ବିପୁଳ ସଫଳତା ପରେ ଏବେ ଅଯୋଧ୍ୟାକୁ ଆସିପାରେ ଆମେରିକାର କେଣ୍ଟୁକି ଫ୍ରାଇଡ୍ ଚିକେନ୍ (କେଏଫସି) । ତେବେ ସ୍ଥାନୀୟ ପ୍ରଶାସନର ମତରେ କେଏଫସି ଯଦି ନିରାମିଷ ଖାଦ୍ୟ ବିକ୍ରି କରେ ତେବେ ସେମାନଙ୍କୁ ଅନୁମତି ଦିଆଯାଇପାରିବ । ଅଯୋଧ୍ୟାର ଜଣେ ସରକାରୀ ଅଧିକାରୀ ବିଶାଲ ସିଂହ କହିଛନ୍ତି, ଅଯୋଧ୍ୟା-ଲକ୍ଷ୍ନୌ ରାଜପଥରେ କେଏଫସି ଏହାର ୟୁନିଟ୍ ସ୍ଥାପନ କରିଛି। ଆମେ ଅଯୋଧ୍ୟାରେ ଆମିଷ ଖାଦ୍ୟ ସାମଗ୍ରୀ ବିକ୍ରି କରିବାକୁ ଅନୁମତି ଦେଉନାହୁଁ । ଯଦି ସେମାନେ କେବଳ ନିରାମିଷ ସାମଗ୍ରୀ ବିକ୍ରି କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଆମେ ଅଯୋଧ୍ୟାରେ କେଏଫସିକୁ ଜାଗା ଦେବାକୁ ପ୍ରସ୍ତୁତ। ସୂଚନାଯୋଗ୍ୟ ଯେ, ରାମାୟଣ ସହ ଜଡିତ ତୀର୍ଥସ୍ଥଳ ଅଯୋଧ୍ୟା ଚାରିପଟେ ୧୫ କିଲୋମିଟର ପର୍ଯ୍ଯନ୍ତ ଥିବା ପଞ୍ଚ କୋଶୀ ପରିକ୍ରମା ମଧ୍ୟରେ ଆମିଷ ଖାଦ୍ୟକୁ ଅନୁମତି ଦିଆଯାଉନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button