ଦେଶ

ସପ୍ତାହକୁ ଥରେ ପାରୋଲରେ ଯିବେ ସିସୋଦିଆ; ରୋଗିଣା ପତ୍ନୀଙ୍କ ସହ କାଟିବେ କିଛି ସମୟ – Ibnodisha

[ad_1]

ନୂଆଦିଲ୍ଲୀ:  ଦିଲ୍ଳୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆଙ୍କୁ ସୋମବାର ଦିନ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କୁ ସପ୍ତାହରେ ଥରେ ନିଜ ରୋଗିଣା ପତ୍ନୀଙ୍କୁ ଭେଟିବାକୁ ଏବଂ ତାଙ୍କ ସହ କିଛି ସମୟ ବିତାଇବାକୁ ଅନୁମତି ଦେଇଛନ୍ତି । ଏନେଇ ସିସୋଦିଆ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ତାଙ୍କୁ ତାଙ୍କ ଅସୁସ୍ଥ ଥିବା ପତ୍ନୀଙ୍କ ପାଇଁ କିଛି ସମୟ ଦେବାକୁ ଅନୁରୋଧ କରିଥିଲେ । କୋର୍ଟ ତାଙ୍କ ଆବେଦନ ଉପରେ ଶୁଣାଣି କରି ତାଙ୍କୁ ସପ୍ତାହରେ ଥରେ ପାରୋଲରେ ଘରକୁ ଯିବାକୁ ଅନୁମତି ଦେଇଛନ୍ତି ।

ତେବେ ଏହି ସମୟରେ ଏକ ଡାକ୍ତରୀ ଟିମ୍ ମଧ୍ୟ ତାଙ୍କ ସହ ରହିବେ ବୋଲି କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ, ସିସୋଦିଆଙ୍କ ପତ୍ନୀ ଗତ ୨୩ ବର୍ଷ ଧରି ମଲ୍ଟିପଲ୍ ସ୍ଲେରୋସିସ୍ ନାମକ ଏକ ବିରଳ ରୋଗରେ ପୀଡ଼ିତ ଅଛନ୍ତି । ଏହି ରୋଗରେ ପୀଡ଼ିତ ବ୍ୟକ୍ତି ଧୀରେ ଧୀରେ ମାନସିକସ୍ତରରେ ଦୁର୍ବଳ ହୋଇପଡେ, ସ୍ମରଣଶକ୍ତି ହ୍ରାସ ପାଏ । ପରେ ଏହା ଦେହର ମେରୁଦଣ୍ଡ, ମାଂସପେଶୀ ଏବଂ ଅନ୍ୟ କୋଷିକାଗୁଡ଼ିକୁ ମଧ୍ୟ ପ୍ରଭାବିତ କରିଥାଏ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button