ଭାଇକୁ ହତ୍ୟା ଘଟଣାରେ ବଡ଼ଭାଇ ଓ ପୁତୁରା ଗିରଫ – Ibnodisha

[ad_1]
ରଙ୍ଗେଈଲୁଣ୍ଡା : ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ପଞ୍ଚାୟତ କୋଇଠ ଗାଁ ଓଡିଆରପି କଲୋନୀରେ ଗତକାଲି ଜମିଜିମା ଓ କିଆ ଫୁଲ ବାଡକୁ କେନ୍ଦ୍ରକରି ଭୀମ ବେହେରାକୁ କୁରାଢୀ଼ରେ ହାଣି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଆଜି ଗୋଳନ୍ଥରା ପୁଲିସ ବଡଭାଇ ଓ ପୁତୁରାକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢ଼ୀ ଓ କାତି ଜବତ କରିଥିବା ପୁାଲିସ ସୂଚନା ଦେଇଛି । ଗିରଫ ବଡଭାଇ ହେଲେ ସୁରେନ୍ଦ୍ର ବେହେରା ଓ ପୁତୁରା ମୋହନ ବେହେରା ବୋଲି ଜଣାପଡିଛି ।
ମୃତ ଭୀମଙ୍କ ପତ୍ନୀ ରାଧା ବେହେରାଙ୍କ ଲିଖିତ ଅଭିଯୋଗ ଅନୁଯାଇ, ଭୀମ ବେହେରା ଓ ସୁରେନ୍ଦ୍ର ବେହେରା ଦୁଇଙ୍କ ମଧ୍ୟରେ କିଆ ଫୁଲ ବାଡ଼କୁ କେନ୍ଦ୍ରକରି କିଛି ବର୍ଷ ହେଲା ବାଦ ବିବାଦ ଲାଗି ରହିଥିଲା । ସୁରେନ୍ଦ୍ର ଓ ତାଙ୍କ ପୁଅ ମୋହନ ଉଭୟେ ଭୀମକୁ କିଆ ବାଡ଼ରୁ ଫୁଲ ନ ତୋଳିବା ପାଇଁ ଧମକ ଦେଇ ଆସୁଥିଲେ । ଭୀମ ଧମକକୁ ଭୃକ୍ଷେପ ନ କରି ଫୁଲ ତୋଳି ଆସୁଥିଲେ । ଗତ ରବିବାର ଅପରାହ୍ନ ୨ଟା ବେଳେ ମୃତ ଭୀମ ନିଜ ଘର ନିକଟରେ ଠିଆ ହୋଇଥିବା ସମୟରେ ସୁରେନ୍ଦ୍ର ଓ ତାଙ୍କ ପୁଅ ମୋହନ ସାଙ୍ଗରେ କୁରାଢ଼ୀ ଓ କାତି ଧରି ଆସି ହଠାତ ଭୀମର ମୁଣ୍ଡକୁ ହାଣି ପକେଇଥିଲେ ।
ଫଳରେ ଭୀମ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ସ୍ୱାମୀକୁ ବଞ୍ଚାଇବା ପାଇଁ ପତ୍ନୀ ରାଧା ଚେଷ୍ଟା କରୁଥିବା ବେଳେ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ରାଧା ଏତଲାରେ ଦର୍ଶାଇଛନ୍ତି । ଖବର ପାଇ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଓ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଘଟଣା ସ୍ଥଳରେ ପହଞ୍ôଚ ମୃତଦେହ ଜବତ କରିବା ସହ ହତ୍ୟାରେ ବ୍ୟବହୃତ ରକ୍ତଭିଜା କୁରାଢୀ ଓ କାତି ଜବତ କରିଥିଲେ । ମୃତ ଭୀମଙ୍କ ପତ୍ନୀ ରାଧାଙ୍କ ଏତଲାକୁ ଭିତ୍ତି କରି ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ସୁରେନ୍ଦ୍ର ଓ ତାଙ୍କ ପୁଅ ମୋହନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ ପ୍ରେସ ବିଜ୍ଞପ୍ତି ଯୋଗେ ସୂଚନା ଦେଇଛି ।
[ad_2]