ଦେଶ

କେଜ୍ରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା ଇଡି – Ibnodisha

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଅନ୍ୟ ମନ୍ତ୍ରୀ ଓ ଆପ୍ ନେତାଙ୍କ ସହ ଅବକାରୀ ଦୁର୍ନୀତି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର କୋର୍ଟଙ୍କୁ କହିବା ସହ କେଜ୍ରିୱାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କ ଅନୁମତି ମାଗିଥିଲା । ତେବେ କୋର୍ଟ ୬ ଦିନିଆ ରିମାଣ୍ଡ ଦେଇଛନ୍ତି । ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପିଏମଏଲଏ କୋର୍ଟ ୬ ଦିନ ରିମାଣ୍ଡରେ ପଠାଇଛନ୍ତି ।

ମାର୍ଚ୍ଚ ୨୮ ପର୍ଯ୍ୟନ୍ତ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ରିମାଣ୍ଡରେ ପଠାଇଛନ୍ତି । ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ରେ ହୋଇଥିବା ଅନିୟମିତତା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ହାଜତରେ ପଚରାଉଚରା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରିମାଣ୍ଡରେ ନେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ନୂଆଦିଲ୍ଲୀର ଏକ ସ୍ୱତନ୍ତ୍ର ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍‌ଏଲ୍‌ଏ) କୋର୍ଟରେ ହାଜର କରିଥିଲା । ଆମ୍ ଆଦମୀ ପାର୍ଟି (ଆପ୍‌)ର ରାଷ୍ଟ୍ରୀୟ ସଂଯୋଜକ ତଥା ମୁଖ୍ୟ ଥିବା ଏହି ୫୫ ବର୍ଷୀୟ ରାଜନେତାଙ୍କୁ ଗୁରୁବାର ଦିନ ବିଳମ୍ବିତ ସନ୍ଧ୍ୟାରେ ଜାତୀୟ ରାଜଧାନୀର ସିଭିଲ୍ ଲାଇନ୍‌ସ ଅଞ୍ଚଳର ଫ୍ଲାଗଷ୍ଟାଫ୍ ରୋଡ୍‌ସ୍ଥିତ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ କରି ଜାତୀୟ ତଦନ୍ତକାରୀ ଏଜେନ୍‌ସି (ଇଡି) ଗିରଫ କରିଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button