ରାଜ୍ୟ

ଟିକଟ ଓ ପଦ ପଦବୀ ଲୋଭରେ ବିଜେପିକୁ ଯାଉଛନ୍ତି ଭର୍ତ୍ତୃହରି : ବିଜେଡି – Ibnodisha

[ad_1]

ଭୁବନେଶ୍ୱର : ଭର୍ତ୍ତୃହରି ମହତାବଙ୍କୁ ଛ ଛ ଥର ବିଜେଡି ଦଳରୁ ସାଂସଦ ଟିକଟ ଦିଆଯାଇ ଦିଲ୍ଲୀ ପଠାଯାଇଥିଲା । ୨୦୧୪ ଓ ୨୦୧୯ରେ ଶେଷ ମୁହୁର୍ତ୍ତରେ ଟିକଟ ଦିଆଯାଇଥିଲା କାରଣ ତାଙ୍କ ସ୍ଥିତି କଟକରେ ଭଲ ନଥିଲା ।

ସେ ଦିନକୁ ଦିନ ଲୋକଙ୍କ ଠାରୁ ଦୂରେଇ ଯାଇଥିଲେ । ସେ ଜାଣି ସାରିଥିଲେ ଯେ ଏଥର ସେ ଟିକଟ ପାଇବେ ନାହିଁ । ଏହି ସମ୍ପର୍କରେ ସେ ଦଳରୁ ବି ଇସାରା ପାଇଥିଲେ । ସେ ବହୁ ଦିନରୁ ବିଜେପି ସହ ସମ୍ପର୍କରେ ଥିଲେ । ଟିକଟ ପାଇବା ଲୋଭରେ ଓ ପଦ ପଦବୀ ଲୋଭରେ ସେ ବିଜେପିକୁ ଯାଉଛନ୍ତି ବୋଲି ଶଙ୍ଖ ଭବନନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମାହାଙ୍ଗା ବିଧାୟକ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରତାପ ଜେନା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button