ନିୟନ୍ତ୍ରଣ କରି ହେବନି ଏହି ବୟସର ପିଲାଙ୍କ ପ୍ରେମକୁ: ହାଇକୋର୍ଟ – Ibnodisha

[ad_1]
ଅମରାବତୀ: ପସ୍କୋ ସହ ଜଡିତ ଏକ ମାମଲାର ଶୁଣାଣି ସମୟରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି, କିଶୋରଙ୍କ ପ୍ରେମକୁ କୋର୍ଟ ନିୟନ୍ତ୍ରଣ କରି ପାରିବ ନାହିଁ । ଏଥିସହ ଏହି ମାମଲାର ୨୧ବର୍ଷର ଅଭିଯୁକ୍ତ ତଥା ଯାଚିକାକର୍ତ୍ତାଙ୍କୁ କୋର୍ଟ ଜାମିନ ଦେଇଛନ୍ତି । ଘଟଣା ହେଉଛି, ପୋଲିସ ଜଣେ କିଶୋରୀଙ୍କ ପରିବାରଙ୍କ ଅଭିଯୋଗକୁ ଭିତ୍ତି କରି ଯୁବକଙ୍କ ବିରୋଧରେ ପସ୍କୋ ସମେତ ଅନେକ ଧାରା ରୁଜୁ କରିଥିଲା । ପରେ ଯୁବକଙ୍କୁ ଗିରଫ କରିଥିଲା ।
ଯାହାକୁ ନେଇ ଯୁବକଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ମାମଲାର ଶୁଣାଣି ସମୟରେ ଜାଣିବାକୁ ପାଇଛନ୍ତି କି, ୧୬ବର୍ଷିୟ କିଶୋରୀ ଜଣକ ଯାଚିକାକର୍ତ୍ତାଙ୍କୁ ଭଲ ପାଉଥିଲେ । ଘରେ ପ୍ରେମ ସମ୍ପର୍କ ସମ୍ବନ୍ଧରେ ଜଣାପଡିବାରୁ ଘରଲୋକେ କିଶୋରୀ ଗାଳିଗୁଲଜ କରିଥିଲେ । ଯାହାକୁ ନେଇ କିଶୋରୀଜଣକ ବିଷ ଖାଇବାକୁ ମଧ୍ୟ ପଛାଇ ନ ଥିଲେ । ମେଡିକାଲରୁ ସୁସ୍ଥ ହେବା ପରେ ଯୁବକଜଣକ କିଶୋରୀଙ୍କୁ ନେଇ ମନ୍ଦିରରେ ବିବାହ କରିଥିଲେ । ପରେ କିଶୋରୀଙ୍କ ଘର ପକ୍ଷରୁ ଯୁବକଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ମାମଲା ରୁଜୁ ହେବା ଜାଣି ସେ ନିଜେ କିଶୋରୀଙ୍କୁ ନେଇ ତାଙ୍କ ଘରେ ଛାଡି ଆସିଥିଲେ ।
[ad_2]