ରୋଗୀ ଶରୀରରୁ ଅଧାଲିଟର ବିଷକୁ ଏପରି ଭାବେ ବାହାର କରି ଦ୍ବିତୀୟ ଜନ୍ମଦେଲେ ଡାକ୍ତର – Ibnodisha

[ad_1]

ନୂଆଦିଲ୍ଲୀ: ରାଜସ୍ଥାନର ପାଲିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଫସଲକୁ କୀଟଙ୍କ ଦାଉରୁ ରକ୍ଷା କରିବା ପାଇଁ ଛିଞ୍ଚା ଯାଉଥିବା କୀଟନାଶକ ଔଷଧ ଚାଷୀଙ୍କ ଶରୀରରେ ପ୍ରବେଶ କରିବା ହେତୁ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି କୀଟନାଶକ ଚାଷୀଙ୍କ ଶରୀରରେ ଏପରି ଭାବେ ମାଡ଼ି ଯାଇଥିଲା କି ତାଙ୍କ ଜୀବନ ପ୍ରତି ବିପଦ ଆସି ଯାଇଥିଲା। ସେ ଆଉ ବଞ୍ଚିବେ ତାହା ଆଉ କେହି ଆଶା ରଖି ନଥିଲେ।
ଏଭଳି ଏକ ପରିସ୍ଥିତିରେ ଡାକ୍ତର ଦେବଦୂଜ ସାଜିଲା ଭଳି ଡାକ୍ତରଖାନାରେ ଗୁରୁତର ଚାଷୀଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ୨୪ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଚାଷୀଙ୍କୁ ରଖି ଡାକ୍ତର କ୍ରମାଗତ ଚିକିତ୍ସା କରି ଚାଲିଥିଲେ। ଏଥିପାଇଁ ୨୪ଦିନ ମଧ୍ୟରେ ସେ ରୋଗୀଙ୍କୁ ପାଖାପାଖି ୫୦୦୦ ଇନଜେକସନ ଦେଇଥିଲେ। ଚିକିତ୍ସା ପରେ ଚାଷୀ ସୁସ୍ଥ ହୋଇଥିଲେ।
ଚାଷୀଙ୍କ ଚିକିତ୍ସା କରିଥିବା ଡାକ୍ତର ପ୍ରବୀଣ ଗର୍ଗ କହିଛନ୍ତି, ‘ଚାଷୀଙ୍କ ଶରୀର ଭିତରକୁ ୬୦୦ଏମଏଲ କୀଟନାଶକ ଚାଲି ଯାଇଥିଲା। ଯେଉଁ କାରଣରୁ ତାଙ୍କର ଏଭଳି ଅବସ୍ଥା ହୋଇଥିଲା।ତେଣୁ ପ୍ରତିଦିନ ଚାଷୀଙ୍କୁ ୨୦୮ଟି ଇନଜେକସନ ଦିଆଯାଉଥତଲା। ଏହି ଇନଜେକସନ ଶରୀରରେ ବିଷର ପ୍ରଭାବକୁ କମ କରିବାକୁ ଦିଆଯାଉଥିଲା। ଏଥିସହିତ ଔଷଧ ବି ରୋଗୀଙ୍କୁ ସେବନ କରିବାକୁ କୁହାଯାଇଥିଲା। ରୋଗୀ ସୁସ୍ଥ ହେବାପରେ ତାଙ୍କୁ ଘରକୁ ଛାଡ଼ି ଦିଆଯାଇଥିଲା।
ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହାପୂର୍ବରୁ ଆମେରିକାରୁ ବି ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ରୋଗୀଙ୍କ ଶରୀରରେ ୩୦୦ଏମଏଲ କୀଟନାଶକ ଚାଲି ଯାଇଥିଲା। ତେଣୁ ଉକ୍ତ ରୋଗୀଙ୍କୁ ହସ୍ପିଟାଲରେ ୮ଦିନ ଭର୍ତ୍ତି ରହିବାକୁ ପଡ଼ିଥିଲା। ହସ୍ପିଟାଲରେ ଭର୍ତ୍ତି ଥିବା ସମୟରେ ୭୬୦ଟି ଇନଜେକସନ ତାଙ୍କୁ ଦିଆଯାଇଥିଲା।
[ad_2]