ଦେଶ

୧୦୦ ସ୍କୁଲ ଛାତ୍ରୀଙ୍କୁ ଦୁଇ ଦରଜୀଙ୍କ ଅସଦାଚରଣ, ମାପ ନେଲା ବେଳେ କରୁଥିଲେ – Ibnodisha

[ad_1]

ଡେରାଡୁନ୍ : ଏକ ଆବାସିକ ବିଦ୍ୟାଳୟର ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି ଦୁଇ ଜଣ ଦରଜୀ । ଉତ୍ତରାଖଣ୍ଡର ଏକ ବିଦ୍ୟାଳୟର ୧୦୦ ଜଣ ଛାତ୍ରୀଙ୍କୁ ଏହି ଦୁଇ ଦରଜୀ ଅଭଦ୍ର ବ୍ୟବହାର କରିଛନ୍ତି । ପୋଷାକ ମାପ ନେଉଥିବା ବେଳେ ଏମାନେ ଛାତ୍ରୀଙ୍କ ଶରୀରକୁ ଅଶ୍ଳୀଳ ଉପାୟରେ ଛୁଇଁଥିବା ନେଇ ଅଭିଯୋଗ ହୋଇଛି । ଉତ୍ତରାଖଣ୍ଡର ଖଟିମାରେ ଥିବା ଆଦିବାସୀ ଛାତ୍ରୀଙ୍କ ଲାଗି ଥିବା ଆବାସିକ ବିଦ୍ୟାଳୟରେ ଦୁଇ ଜଣ ଦରଜୀଙ୍କୁ କାମରେ ରଖାଯାଇଥିଲା ।

ଖଟିବାର ଅତିରିକ୍ତ ଏସପି ବୀର ସିଂହଙ୍କ ଅନୁସାରେ, ଅଭିଭାବକ ସଂଘର ଅଧ୍ୟକ୍ଷ ରାଜବୀର ସିଂହ ରାଣାଙ୍କ ଅଭିଯୋଗ କ୍ରମେ ଦୁଇ ଦରଜୀଙ୍କ ବିରୋଧରେ ଆଇପିସି ଧାରା ୩୫୪ ଆଧାରରେ ମାମଲା ରୁଜୁ ହୋଇଛି । ଏହି ଆବାସିକ ବିଦ୍ୟାଳୟ ଉଧମ ସିଂହ ନଗର ଜିଲ୍ଲାର ଖଟିମାରେ ରହିଛି । ଏହି ସ୍କୁଲରେ ୧୨୦ ଛାତ୍ରୀଙ୍କ ସମେତ ୨୫୦ ଜଣ ଜନଜାତି ସଂପ୍ରଦାୟର ଛାତ୍ର ପଢ଼ୁଛନ୍ତି । ତଦନ୍ତରୁ ଜଣାପଡ଼ିଛି ଯେ, ଦୁଇ ଅଭିଯୁକ୍ତ ୧୦୦ ଜଣ ଛାତ୍ରୀଙ୍କ ପୋଷାକ ମାପ ନେଉଥିବା ବେଳେ ଅଭଦ୍ରାମୀ କରିଥିଲେ । ସେମାନେ ଅଭଦ୍ରାମୀ କରୁଥିବା ବେଳେ ସ୍କୁଲର ୩ ଜଣ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ହେଉଛନ୍ତି ଅଶୋକ ଆର୍ଯ୍ୟ, ମମତା ଖୋଲିଆ ଏବଂ ଚନ୍ଦ୍ରଶେଖର । ଅସଦାଚରଣକୁ ପ୍ରୋତ୍ସାହନ ଦେଉଥିବା ଅଶୋକ ଆର୍ଯ୍ୟ ଛାତ୍ରୀମାନଙ୍କୁ କହୁଥିଲେ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button