ରାଜ୍ୟ

ସୁକିନ୍ଦାର ୭ ଖଣି, ପ୍ଲାଣ୍ଟରେ ଶହେ କୋଟି ହଡପ୍‍ : ମାୟାଧର ନାୟକ – Ibnodisha

[ad_1]

ଯାଜପୁର : ରାଜ୍ୟରେ ୧୪୦୫ଟି ଲାଇସେନସ୍‍ପ୍ରାପ୍ତ ଖଣି ଖନନରୁ ଯାଜପୁର ଜିଲ୍ଲାରେ ସର୍ବାଧିକ ୨୫୭ ଚାଲିଛିବୋଲି ରାଜ୍ୟସରକାରଙ୍କ ରିପୋର୍ଟରୁ ଜଣାଯାଇଛି । ସୁନ୍ଦରଗଡରେ ସବୁଠୁ ବେଶି ଖଣିଅଞ୍ଚଳ । କେନ୍ଦୁଝର ଜିଲ୍ଲା ଖଣିପାଇଁ ପ୍ରଥିବୀର ସର୍ବଶ୍ରେଷ୍ଠ ଧନୀଜିଲ୍ଲା । ପ୍ରାୟ ୩୦ ଜିଲ୍ଲାରେ ଛୋଟବଡ ବିଭିନ୍ନ ଖଣି ଅଛି । ଯେଉଁ ଓଡିଶାର ମାଟିତଳେ ଉପରେ ଅଜସ୍ର ଖଣିଜସଂପଦ – ତା’ର ପୁଅଝିଅମାନେ ବେକାର କାହିଁକି ? ଦାଦନ ଖଟିବାକୁ ଯାଉଛନ୍ତି କାହିଁକି ? ପ୍ରଥମେ ୧୪୦୫ ଖଣିରୁ ସୁକିନ୍ଦାର ମାତ୍ର ୪ଟି ଖଣି ଓ ସଂପର୍କିତ ୩ଟି ଷ୍ଟିଲ୍‍ ପ୍ଲାଣ୍ଟର କରୁଣ ବ୍ୟଥା ଓ କଥା ବରିଷ୍ଠ ଶ୍ରମିକନେତା ମାୟାଧର ନାୟକ ବଖାଣିଛନ୍ତି !

ଶ୍ରୀ ନାୟକ ପ୍ରେସ୍‍ ଇସ୍ତାହାରରେ ଲେଖିଛନ୍ତି – କେନ୍ଦ୍ର ଓ ରାଜ୍ୟସରକାରଙ୍କ ଭାଗିଦାରୀରେ ଚାଲିଥିବା ନୀଳାଚଳ ଇସ୍ପାତ ନିଗମକୁ ୨୦୨୨ ଜୁନ୍‍ରେ ଟାଟା କମ୍ପାନୀ କିଣିନେଇଛି । ପୂର୍ବରୁ କାର୍ଯ୍ୟରତ ୯୯୭ଜଣ ଠିକାଶ୍ରମିକଙ୍କ ୨୦୨୦ ଅପ୍ରେଲ, ମେ, ଜୁନ୍‍ ମାସର ଦରମା, ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷର ବୋନସ୍‍ ଦିଆଯାଇନି । ସ୍ଥାୟୀ ବାବୁ, କର୍ମଚାରୀମାନେ ୨୦୨୨ ମେ’ମାସ ପର୍ଯ୍ୟନ୍ତ ସମସ୍ତ ବାକିଆ ପାଉଣା ପାଇଲେ, କିନ୍ତୁ ୯୯୭ଜଣ ଠିକାଶ୍ରମିକଙ୍କ ପାଉଣା କିଏ ଚଳୁ କରିଦେଲା । ଏପରିକି ଠିକାଶ୍ରମିକମାନେ ପୂର୍ବରୁ ପାଉଥିବା ମଜୁରୀକୁ ଅଧା କରିଦିଆଗଲା । ଏହି ଘୋର ଅନ୍ୟାୟ, ଶୋଷଣ ବିରୋଧରେ ଯିଏ ପାଟି ଫିଟାଇଲା – ସେ ତତ୍‍କ୍ଷାଣତ୍‍ କାମରୁ ବିଦା । ଝାଳନାଳରକ୍ତ ନିଗାଡି ବର୍ଷବର୍ଷଧରି କାମ କରୁଥିବା ଠିକାଶ୍ରମିକଙ୍କ ଅବଦାନରେ ନିଳାଚଳ ଷ୍ଟିଲପ୍ଲାଣ୍ଟ କୋଟିକୋଟିଟଙ୍କା ଲାଭ ପାଇଛି, ହେଲେ ଏମାନଙ୍କର ହକ୍‍ ପ୍ରାପ୍ୟ ୪୦କୋଟି ଟଙ୍କା ଠକିଦେଲା । କାରଖାନା ଅଛି – ଠିକାଶ୍ରମିକ ଅଛନ୍ତି – ହେଲେ ମାଲିକ ବଦଳି ଏବେ ପୃଥିବୀର ନାମକରା କମ୍ପାନୀ ଟାଟା – ଟି.ଏସ୍‍.ଏମ୍‍.ଏଲ୍‍. ଅଛି । ଶ୍ରମିକମାନଙ୍କ ପ୍ରାପ୍ୟ ଟାଟା କମ୍ପାନୀ ଦେବାକୁ ବାଧ୍ୟ । ଏ ସଂପର୍କରେ ଶ୍ରମବିଭାଗ, ସରକାର କରୁଛନ୍ତି କ’ଣ ?

ଶ୍ରୀ ନାୟକ କହିଛନ୍ତି – କଳିଙ୍ଗନଗର ଟାଟା ଷ୍ଟିଲ୍‍ ପ୍ଲାଣ୍ଟ୍‍ରେ ମଧ୍ୟ ଠିକାଶ୍ରମିକଙ୍କ ଭାଗ୍ୟ ସୂତାଖିଅରେ । ସେଠାରେ ହଜାରହଜାର ଠିକାଶ୍ରମିକଙ୍କ ଆଇନାନୁଯାୟୀ ପାଉଣା ଦିଆଯାଉନି । ଏହି ଟାଟା କମ୍ପାନୀ ପୂର୍ବରୁ ଓଡିଶା ସରକାରଙ୍କ ବ୍ରାହ୍ମଣୀପାଳ ଚାର୍ଜକ୍ରୋମକୁ ମାତ୍ର ୫୨କୋଟି ଟଙ୍କାରେ କିଣିନେଇଛି । ଏବେ କଳିଙ୍ଗନଗରରେ ନିଜର ଷ୍ଟିଲ୍‍ ପ୍ଲାଣ୍ଟ୍‍ ସହ ରୋହିତ୍‍ ଫେରୋଟେକ୍‍କୁ କିଣିନେବା ଫଳରେ ୬୩୨ ଠିକାଶ୍ରମିକଙ୍କ ପାଉଣା ବୁଡିଯାଇଛି । କେବଳ କାରଖାନା ନୁହେଁ – ଟାଟା କମ୍ପାନୀ ସୁକିନ୍ଦା ଖଣିଅଞ୍ଚଳରେ ନିଜ ଖଣିସହ ମିଶ୍ରିଲାଲ୍‍ କମ୍ପାନୀର ସାରୁଆବିଲ କ୍ରୋମାଇଟ୍‍ ଖଣି, ବି.ସି. ମହାନ୍ତିର କମର୍ଦ୍ଦା କ୍ରୋମାଇଟ୍‍ ଖଣି, ଓ.ଏମ୍‍.ସି.ର. ସୁକରଙ୍ଗୀ କ୍ରୋମାଇଟ୍‍ ଖଣିକୁ ଟେଣ୍ଡରରେ ହାତେଇନେଇ ଖଣିଶ୍ରମିକଙ୍କ ହକ୍‍ପ୍ରାପ୍ୟ ଦେବାରେ ନାଁ ଗନ୍ଧ ଧରୁନି । ରଫ୍‍ ହିସାବରୁ ଯାହା ଜଣାଯାଇଛି – ମାତ୍ର ୭ଟି କାରଖାନା-ଖଣି ଠିକାଶ୍ରମିକମାନଙ୍କ ବର୍ଷକୁ ପ୍ରାପ୍ୟ ଶହେକୋଟି ଟଙ୍କା ଠକିଦେଉଛି । ଏଥିପାଇଁ ଦାୟୀ ଯେଉଁମାନେ, ସେମାନଙ୍କୁ ଶ୍ରମିକମାନେ ଜାଣିଲେ ବି କାମ ଚାଲିଯିବା ଭୟରେ ପାଟି ଫିଟାଇପାରୁନାହାଁନ୍ତି । ଫଳରେ ଖଣିଖାଦାନ, କଳକାରଖାନା ଥାଇ ସୁକିନ୍ଦା-ଦାନଗଦୀ ବ୍ଲକର ଯୁବକଯୁବତୀମାନେ ବେକାର । ଦାଦନ ଖଟିବାକୁ ପରରାଇଜକୁ ଯାଉଛନ୍ତି । ଯେଉଁମାନେ ଦରମରାହୋଇ ଖଟୁଛନ୍ତି – ସେମାନେ ପାଟି ନଫିଟାଇଲେ, ହାତ ନଉଠାଇଲେ, ମୁଣ୍ଡରେ ହାତଦେଇ ବସିଲେ – ହକ୍‍ ପ୍ରାପ୍ୟ ଅଧିକାର କେହି ଆଣି ଅଣ୍ଟିରେ ପୁରାଇଦେବେନି । ୨୦୨୩-୨୪ ବଡ ଭୟଙ୍କର ବର୍ଷ । ଏହି ସମୟରେ ଶ୍ରମିକ ଭାଇଭଉଣୀମାନେ ଐକ୍ୟବଦ୍ଧ ହୋଇ ହକ୍‍ ପ୍ରାପ୍ୟ ଆଦାୟ ପାଇଁ ଅଭିନବ ପଦ୍ଧତିରେ ଜୋରଦାର ଆନ୍ଦୋଳନ ଗଢିତୋଳିବାକୁ ଶ୍ରୀ ନାୟକ ଆହ୍ୱାନ ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button