ପଞ୍ଚଦଶ ବ୍ରିକ୍ସ ସମ୍ମେଳନ; ଭାରତ ବିଶ୍ୱର ବିକାଶ ଇଞ୍ଜିନ୍ ହେବ: ମୋଦୀ – Ibnodisha
[ad_1]
ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଜୋହାନ୍ସବର୍ଗରେ ବ୍ରିକ୍ସ ସମ୍ମେଳନର ବିଜିନେସ୍ ଫୋରମ୍ରେ ସାମିଲ ହୋଇଛନ୍ତି । ନିଜ ଭାଷଣରେ ମୋଦୀ କହିଛନ୍ତି, ଭାରତ ଖୁବ୍ଶୀଘ୍ର ୫ ଟ୍ରିଲିୟନ୍ ଇକୋନୋମି ହେବ ଏବଂ ଆଗାମୀ ବର୍ଷଗୁଡ଼ିକରେ ଆମେ ବିଶ୍ୱର ବିକାଶ ଇଞ୍ଜିନ୍ ହେବୁ । ତିନି ମିନିଟ୍ର ଭାଷଣରେ ମୋଦୀ କହିଛନ୍ତି, ବ୍ରିକ୍ସ ଦେଶଗୁଡ଼ିକୁ ଇକୋନୋମିକ୍ ଫ୍ରଣ୍ଟ୍ରେ ପରସ୍ପରର ସହଯୋଗ କରିବାକୁ ହେବ । ପାରସ୍ପରିକ ଭରସାର ସହିତ ହିଁ ଆମେ ଆଗକୁ ବଢ଼ିପାରିବା । ଡିଜିଟାଲ୍ ଟ୍ରାଞ୍ଜାକ୍ସନ୍ କ୍ଷେତ୍ରରେ ଏବେ ଏକ ନମ୍ବର ଭାରତ ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ କ୍ଷେତ୍ରରେ ଜୋର୍ଦାର ସୁଧାର କରିଛି । ଏହି ଅବସରରେ ମୋଦୀ ବ୍ରିକ୍ସ ଦେଶର ନିବେଶକମାନଙ୍କୁ ଭାରତରେ ପୁଞ୍ଜି ନିବେଶ ପାଇଁ ମଧ୍ୟ ଆମନ୍ତ୍ରଣ କରିଛନ୍ତି । ଏହା ପୂର୍ବରୁ ମୋଦୀ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସାଙ୍କୁ ସାକ୍ଷାତ କରି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ।
ଏହି ଅବସରରେ ଦୁଇ ନେତା ଦୁଇଦେଶ ମଧ୍ୟରେ ସମ୍ବନ୍ଧର ଅଗ୍ରଗତି ସମୀକ୍ଷା କରିଥିଲେ । ଏହା ସହିତ ପ୍ରତିରକ୍ଷା, କୃଷି, ବାଣିଜ୍ୟ ଓ ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ ସଂରକ୍ଷଣ ଏବଂ ଉଭୟ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ସହିତ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତିକୁ ନେଇ ସନ୍ତୋଷବ୍ୟକ୍ତ କରିଥିଲେ । ଉଭୟ ପକ୍ଷ ପାରସ୍ପରିକ ସ୍ୱାର୍ଥସମ୍ପନ୍ନ ଆଞ୍ଚଳିକ ଏବଂ ବହୁପାକ୍ଷିକ ପ୍ରସଙ୍ଗରେ ନିରନ୍ତର ସମନ୍ୱୟ ଉପରେ ମଧ୍ୟ ମତ ବିନିମୟ କରିଥିଲେ । ରାଷ୍ଟ୍ରପତି ରାମାଫୋସା ଭାରତର ଜି- ୨୦ ଅଧ୍ୟକ୍ଷତାକୁ ପୂର୍ଣ୍ଣ ସମର୍ଥନ ଜଣାଇବା ସହ ଆଫ୍ରିକୀୟ ସଂଘକୁ ଜି- ୨୦ର ପୂର୍ଣ୍ଣ ସଦସ୍ୟତା ଦେବା ପାଇଁ ଭାରତର ପଦକ୍ଷେପକୁ ପ୍ରଶଂସା କରିଥିଲେ । ଜି- ୨୦ ଶିଖର ସମ୍ମିଳନୀ ପାଇଁ ସେ ନୂଆଦିଲ୍ଲୀ ଗସ୍ତ କରିବା ନିମନ୍ତେ ଆଗ୍ରହୀ ବୋଲି ପ୍ରକାଶ କରିଥିଲେ । ବ୍ରିକ୍ସ ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ରାମାଫୋସାଙ୍କୁ ଅଭିନନ୍ଦନ ଜଣାଇଥିଲେ । ପାରସ୍ପରିକ ସୁବିଧାଜନକ ତାରିଖରେ ଏକ ସରକାରୀ ଗସ୍ତରେ ଦକ୍ଷିଣ ଆଫ୍ରିକା ଯିବା ପାଇଁ ରାଷ୍ଟ୍ରପତି ରାମାଫୋସାଙ୍କ ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିଲେ ।
[ad_2]