ଯୁବକଙ୍କ ଗଳିତ ଶବ ଉଦ୍ଧାର – Ibnodisha
[ad_1]
ରାଜକନିକା: ରବିବାର ରାତିରେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବରୁଣାଡିହା ଗାଁର ଯୁବକ ଚନ୍ଦନ କରଙ୍କ ଗଳିତ ମୃତଦେହ ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଖରସ୍ରୋତା ଗଡ଼ଗଡ଼ି ସେତୁ ଉପରୁ ଗତ ରବିବାର ସନ୍ଧ୍ୟାରେ ଖରସ୍ରୋତା ନଦୀଗର୍ଭକୁ ଡେଇଁ ଚନ୍ଦନ ନିଖୋଜ ଥିଲେ ।
ରାଜକନିକା ଅଗ୍ନିଶମ ବାହିନୀ ଦ୍ୱାରା ମୋଟରବୋଟ ସହାଯ୍ୟରେ ଦିନତମାମ ସର୍ଚ୍ଚ ଅପରେଶନ କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ । ହେଲେ ପରେ କାଟଣା-ବଣିଆଁ ଅଞ୍ଚଳର ପାଣ୍ଡରକୋଲି ବ୍ରାହ୍ମଣୀ ନଦୀକୂଳ ନିକଟରେ ଶବ ଲାଗିଥିବା କେହି ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗଳିତ ଶବ ଉଦ୍ଧାର କରି ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ରାଜକନିକା ପୁଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଆଳି ପଠାଇଥିବା ଜଣାପଡିଛି ।
[ad_2]