ଦେଶ

ଦେଶରେ ବଢିଚାଲିଛି କୋଭିଡ ଆକ୍ଟିଭ୍ କେସ୍ – Ibnodisha

[ad_1]

ନୂଆଦିଲ୍ଲୀ : ଦେଶରେ ବଢୁଛି କୋଭିଡ ସଂକ୍ରମଣ । ୪ହଜାର ପାର୍ କରିସାରିଲାଣି କୋଭିଡ୍ ଆକ୍ଟିଭ୍ କେସ୍ । କୋଭିଡ ସଂକ୍ରମିତରେ କେରଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କୋଭିଡ୍ ଟେଷ୍ଟ ପରେ ପୁଣି ନୂଆ ସଂକ୍ରମିତ ଚିହ୍ନଟ କରାଯାଇଛି । ତେବେ ନୂଆ ୩୧୨ କୋଭିଡ୍ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ କରୋନା ମାମଲା ୪,୦୫୪ରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଚିକିତ୍ସାଧୀନ ରବିବାର ପର୍ଯ୍ୟନ୍ତ ଦେଶରେ କୋଭିଡ୍-୧୯ ସଂକ୍ରମଣ ମାମଲା ୩,୭୪୨ରେ ପହଂଚି ଥିଲା । କିନ୍ତୁ ମାତ୍ର ୨୪ ଘଣ୍ଟା ମଧ୍ୟରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୩୧୨ ଟି ଚିହ୍ନଟ ହୋଇଛି । କେରଳରେ କୋବିଦ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୫,୩୩,୩୩୪ ରେ ପହଞ୍ଚିଛି । ଅନ୍ୟପଟେ କୋଭିଡ୍ ସବ୍ ଭାରିଆଣ୍ଟ ଜେଏନ.୧ କେସ୍ ମଧ୍ୟ ଦ୍ରୁତଗତିରେ ବଢିଚାଲିଛି ।ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତଙ୍କୁ ସତର୍କ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button