ରାଜ୍ୟ

ଆଜି ଅଟଳ ବିହାରୀ ବାଜପେୟୀ ଜୟନ୍ତୀ – Ibnodisha

[ad_1]

ନୂଆଦିଲ୍ଲୀ : ଜଣେ ଜନନେତା, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ ଭାବେ ଅଟଳ ବିହାରୀ ବାଜପେୟୀ ସୁପରିଚିତ । ୧୯୯୯ ମସିହା ଅକ୍ଟୋବର ୧୩ ତାରିଖ ଦିନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ନାମକ ଏକ ନୂତନ ମିଳିତ ସରକାରର ମୁଖ୍ୟ ଭାବେ ସେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପୂର୍ବରୁ 1996 ମସିହାରେ ସେ ଅଳ୍ପଦିନ ପାଇଁ ପ୍ରଧାନମନ୍ତ୍ରୀ ପଦ ମଣ୍ଡନ କରିଥିଲେ । ପଣ୍ଡିତ ଜବାହାରଲାଲ ନେହରୁଙ୍କ ପରେ ଶ୍ରୀ ବାଜପେୟୀ କ୍ରମାଗତ ଭାବେ ଦୁଇ ଥର ଜନସମର୍ଥନ ପାଇ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ । ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ୯୯ ତମ ଜନ୍ମ ଜୟନ୍ତୀ। ସେ ଥିଲେ ଆଧୁନିକ ଭାରତର କର୍ଣ୍ଣଧାର। ସେ ଥିଲେ ସଦୈବ ଅଟଳ । ରାଜନୀତି କ୍ଷେତ୍ରରେ ତାଙ୍କୁ ଅଜାତଶତ୍ରୁ ଭାବେ ବିବେଚନା କରାଯାଏ । ତାଙ୍କ ଜନ୍ମଦିନ ଅବସରରେ ଆଜି ସାରା ଭାରତ ବର୍ଷରେ ସୁଶାସନ ଦିବସ ପାଳନ କରାଯାଉଛି । ହିନ୍ଦୁସ୍ଥାନର ଜଣେ ସଫଳ ପ୍ରଧାନମନ୍ତ୍ରୀ ହେବାସହ ସେ ଥିଲେ ଓଜସ୍ବୀନି ବକ୍ତା ଓ ଜଣେ ପ୍ରସିଦ୍ଧ ହିନ୍ଦୀ କବି । ଆଜି ପାଖରେ ଅଟଳ ବିହାରୀ ନାହାଁନ୍ତି ସତ କିନ୍ତୁ ଦେଶ ପାଇଁ ଥିବା ତାଙ୍କ ପ୍ରେରଣା, ପରାମର୍ଶ, ମାର୍ଗଦର୍ଶନ ଆର୍ଶିବାଦ କାଳକାଳ ପାଇଁ ଦେଶର ସମ୍ପଦ ହୋଇ ରହିଛି ଏବଂ ରହିବ ମଧ୍ୟ । ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ୱାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ଅଟଳଜୀଙ୍କ ଦେଶ ସେବପ୍ରତି ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳିଥିଲା । ବାଜପେୟୀ ଜଣେ ରାଜନେତା, ସୁବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି ଭାବେ ସାରା ଭାରତ ବର୍ଷରେ ସୁପରିଚିତଥିଲେ। ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ଅଟଳ ଜୀ’ ତିନିଥର କାର୍ଯ୍ୟଭାର ସମ୍ଭାଳି ଥିଲେ।ସେ ଥିଲେ ଜଣେ ଉଦାରବାଦୀ ନେତା । ଭାରତୀୟ ରାଜନୀତିରେ ତାଙ୍କର ଭୂମିକା ଅବର୍ଣ୍ଣନୀୟ । ତାଙ୍କ ଜନ୍ମ ଦିବସରେ ଆଜି ସାରା ଭାରତ ବର୍ଷ ତାଙ୍କୁ ମାନେ ପକାଉଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button