ରାଜ୍ୟ

ସୁନ୍ଦରଗଡ଼ ଜିଲ୍ଲା ସରପଞ୍ଚଙ୍କ ଆନ୍ଦୋଳନକୁ ୯ ଦିନ; ଗଠନ ହେଲା ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘ – Ibnodisha

[ad_1]

ସୁନ୍ଦରଗଡ଼: ଜିଲ୍ଲା ସରପଞ୍ଚ ସଂଘର କଲମ ଛାଡ୍ ଆନ୍ଦୋଳନ ନବମ ଦିନରେ ପହଞ୍ଚିଛି । ଦାବି ପୂରଣ ପାଇଁ ସ୍ଥାନୀୟ ଡିଆରଡିଏ ଛକରେ ଜିଲ୍ଲାର ୨୭୯ ସରପଞ୍ଚ ଧାରଣାରେ ବସିଥିବା ବେଳେ ବୁଧବାର ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାର ସରପଞ୍ଚ ସଂଘ କର୍ମକର୍ତ୍ତା ପହଞ୍ଚି ସମର୍ଥନ ଜଣାଇଛନ୍ତି। ଏହି ଅବସରରେ ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘ ଗଠନ କରାଯିବା ସହ ଆଗାମୀ ଦିନରେ ଅନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ପଞ୍ଚାୟତ ଅଞ୍ଚଳରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଗ୍ରାମସଭାକୁ ସର୍ବୋଚ୍ଚ ମାନ୍ୟତା, ପ୍ରତି ଆର୍ଥିକ ବର୍ଷରେ ପଞ୍ଚାୟତର ବିକାଶ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ୨୦ ଲକ୍ଷ ଟଙ୍କା ପ୍ରଦାନ, ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଆବେଦନକାରୀଙ୍କୁ ଭତ୍ତା ନପାଇବା ଯାଏଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ପ୍ରଦାନ, ସରପଞ୍ଚଙ୍କ ମାସିକ ଭତ୍ତା ୨୩୫୦ ଟଙ୍କାରୁ ୧୫ ହଜାରକୁ ବୃଦ୍ଧି, ପେନସନ, କାର୍ଯ୍ୟକାଳ ସମୟରେ ପ୍ରାଣ ହରାଇଥିବା ସରପଞ୍ଚଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଆଦି ୧୦ ଦଫା ଦାବିରେ ଗତ ଅଗଷ୍ଟ ୧ ତାରିଖରୁ ସୁନ୍ଦରଗଡ଼ ଜିଲ୍ଲା ସରପଞ୍ଚ ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲମ ଛାଡ୍ ଆନ୍ଦୋଳନ ଚଲାଇଛନ୍ତି।

ଏହି ସମୟରେ ଡିଜିଟାଲ ଦସ୍ତଖତ (ଡିଏସସି) ଜରିଆରେ ଦେୟ ପ୍ରଦାନ ମଧ୍ୟ ବନ୍ଦ କରାଯାଇଛି। ଦାବିକୁ ସରକାର ଅଣଦେଖା କରୁଥିବାରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଜିଲ୍ଲା ସରପଞ୍ଚ ସଂଘ ସଭାପତି ଉଗ୍ରସେନ କିସାନ ପ୍ରକାଶ କରିଛନ୍ତି। ଏହି ଅବସରରେ ଝାରସୁଗୁଡ଼ା, ବଲାଙ୍ଗୀର, କଳାହାଣ୍ଡି, ଦେବଗଡ଼, ନୂଆପଡ଼ା, ନବରଙ୍ଗପୁର, ବରଗଡ଼ ଜିଲ୍ଲାର ସରପଞ୍ଚ ସଂଘ କର୍ମକର୍ତ୍ତା ଯୋଗ ଦେଇ ତୃଣମୂଳସ୍ତରରର ଗଣତନ୍ତ୍ରକୁ ଅବହେଳା କରୁଥିବା ଦର୍ଶାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସଭା ପରେ ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘର ନୂଆ କର୍ମକର୍ତ୍ତା ମନୋନୀତ କରାଯାଇଥିଲା। ବଲାଙ୍ଗୀରର ବୀରବର ସାହୁଙ୍କୁ ପଶ୍ଚିମ ଓଡ଼ିଶା ସଂଘ ସଭାପତି କରାଯାଇଥିବା ବେଳେ ସୁନ୍ଦରଗଡ଼ ସଂଘ ସଭାପତି ଉଗ୍ରସେନ କିସାନଙ୍କୁ ସମ୍ପାଦକ, ଉପସଭାପତି ରୂପେ ନୂଆପଡ଼ାର ଖୁଟୁରାମ ସୁନାନୀ, ବରଗଡ଼ର ଲୋକେଶ କୁମାର ସାହୁ, କଳାହାଣ୍ଡିର ବରୁଣ ଛତ୍ରିଆ, ବଲାଙ୍ଗୀରର ଦେବକୀ ସେଠ, ଝାରସୁଗୁଡ଼ାର ସଚିନ ପଧାନ, ଦେବଗଡ଼ର ପ୍ରକାଶ ପାଣି, ସୁନ୍ଦରଗଡ଼ର ହିମାଂଶୁ କୁଜୁରଙ୍କୁ ଚୟନ କରାଯାଇଥିଲା। ଧାରଣାରେ ସୁନ୍ଦରଗଡ଼ ସଂଘ ସାଧାରଣସମ୍ପାଦକ ତ୍ରିଲୋଚନ ପ୍ରଧାନ, ଉପସଭାପତି ଅଜିତ ତିର୍କୀ, ଲକ୍ଷ୍ମୀପ୍ରିୟା ଲାକ୍ରା, କୋଷାଧ୍ୟକ୍ଷ ବିନୟଭୂଷଣ ବାର୍ଲା, ସହ କୋଷାଧ୍ୟକ୍ଷ ସଚିନ ଏକ୍କା, ସହସମ୍ପାଦକ ଅର୍ଜୁନ ଏକ୍କା, ଏମାନ୍ତୁସ କୁଜୁର, ଲଳିତ ଲାକଡା, ଦେବଲାଲ ଲାକଡା, ଗୋବର୍ଦ୍ଧନ ହାହାଙ୍କ ସମେତ ଜିଲ୍ଲାର ୨୭୯ ପଞ୍ଚାୟତର ସରପଞ୍ଚ ସାମିଲ ଅଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button