ଦେଶ

ଦୁଗ୍ଧଜାତୀୟ ଦ୍ରବ୍ୟ ଅଧିକ ଖାଇବା ପଡିପାରେ ମହଙ୍ଗା : ରିସର୍ଚ୍ଚ

କ୍ଷୀର, ଦହି, ଛେନା, ବଟର ଇତ୍ୟାଦି ଖାଇବାକୁ ସମସ୍ତଙ୍କ ଇଚ୍ଛା ଥାଏ। କିନ୍ତୁ ଏହାକୁ ଅତ୍ୟଧିକ ଖାଇବା ମଧ୍ୟ ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଯାହା ଫଳରେ ଆମକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଖାଦ୍ୟପେୟରେ ଭୁଲ ଅଭ୍ୟାସ, ଚିନ୍ତା ଏବଂ ତ୍ୱଚାରେ ଦେଖାଦେଉଥିବା ଅନେକ ସମସ୍ୟାର ମୁଖ୍ୟ କାରଣ ପାଲଟିଥାଏ। ଯେଉଁଥି ପାଇଁ ମୁହଁରେ ବ୍ରଣ, ରୁକ୍ଷପଣ, ତ୍ୱଚାରେ ଭାଙ୍ଗ ଇତ୍ୟାଦି ଦେଖାଦିଏ। ଅଧିକ ଦୁଗ୍ଧଜାତୀୟ ଦ୍ରବ୍ୟ ଖାଇବା ତ୍ୱଚା ଉପରେ ଖରାପ ପ୍ରଭାବ ପକାଇଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି।

ମାଡ୍ରିଡରେ ୟୁରୋପିଆନ ଏକାଡେମୀ ଅଫ ଡର୍ମଟୋଲୋଜୀ ଏବଂ ଭେନେରିଆଲଜି କଂଗ୍ରେସରେ ହୋଇଥିବା ଏହି ରିସର୍ଚ୍ଚରେ ଛଅଟି ଦେଶରୁ ୬ ହଜାରରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କ ହେଉଥିବା ବ୍ରଣର କାରଣକୁ ନେଇ ପରୀକ୍ଷଣ କରାଯାଇଥିଲା।

butter

ଏହି ରିସର୍ଚ୍ଚରୁ ଜଣାପଡିଲା ଯେ, ପ୍ରତିଦିନ ଦୁଗ୍ଧଜାତୀୟ ଉତ୍ପାଦ ନିୟମିତ ଖାଇବା ଯୋଗୁଁ ୪୮.୨ ପ୍ରତିଶତ ଲୋକଙ୍କ ମୁହଁରେ ବ୍ରଣ ଦେଖାଦେଇଥାଏ। ଏହାଛଡା ଧୂଳି ଏବଂ ପ୍ରଦୂଷଣ ମଧ୍ୟ ଏହାର ଅନ୍ୟତମ କାରଣ ରହିଥିଲା।

କେବଳ ଏତିକି ନୁହେଁ, ତ୍ୱଚାରେ ଅତ୍ୟଧିକ ମାତ୍ରାରେ ବଜାରର ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ମଧ୍ୟ ପ୍ରମୁଖ କାରଣ ରହିଛି ବୋଲି ରସିର୍ଚ୍ଚରୁ ଜଣାପଡିଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button