ରାଜ୍ୟ

ଆପଣଙ୍କ ଗୋଲାପି ଓଠକୁ କଳା କରିଦିଏ ଏହି ୫ଟି କାରଣ, ନିଶ୍ଚୟ ପଢ଼ନ୍ତୁ

ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ହସିବାକୁ ଭଲ ପାଆନ୍ତି। କିନ୍ତୁ ଟିକିଏ ଭାବନ୍ତୁ, ଯଦି ଆପଣଙ୍କ ଓଠ କଳା, ଆଉ ଏଥିରେ ଜମା ବି ଚମକ ନାହିଁ, ତା’ହେଲେ ଆପଣଙ୍କ ସୁନ୍ଦର ହସ ମଧ୍ୟ ଫିକା ପଡ଼ିଯିବ। ଆଜ୍ଞା ହଁ, ଅନେକ ବାର ଆପଣ ନିଜ ଓଠର କଳାପଣ ଯୋଗୁ ଅନ୍ୟ ଜଣଙ୍କ ସାମ୍ନାରେ ଲଜ୍ଜା ଅନୁଭବ କରିଥାଆନ୍ତି। ତେଣୁ ଜରୁରୀ କି, ଆପଣ ନିଜ ଓଠର ବହୁତ ଯତ୍ନ ନିଅନ୍ତୁ, ଯେପରି ଚେହେରାରେ ସବୁବେଳେ ସୁନ୍ଦର ହସ ଫୁଟିଉଠିବ। ତେବେ ଓଠ କଳା ପଡ଼ିଯିବାର ଅନେକ କାରଣ ରହିଥାଏ। ସେଥିମଧ୍ୟରୁ କିଛି କାରଣ ଆମେ ଆପଣଙ୍କୁ କହିବାକୁ ଯାଉଛୁ।

-ଯଦି ଆପଣ ଦିନରେ ଅନେକ ଥର ଚା’ କିମ୍ବା କଫି ପିଉଛନ୍ତି, ତା’ହେଲେ ଆଜି ହିଁ ଏହି ଅଭ୍ୟାସ ଛାଡ଼ି ଦିଅନ୍ତୁ। କାରଣ, ଏଥିରେ ଓଠ କଳା ପଡ଼ିଯିବାର ଯଥେଷ୍ଟ ସମ୍ଭାବନା ଥାଏ।

-ଯଦି ଆପଣ ଅଧିକ ସମୟ ଯାଏ ଟାଣ ଖରାରେ ବୁଲିବେ, ଏଥିରେ ଓଠ କଳା ପଡ଼ିଯିବ। ଟଣ ଖରାର ପ୍ରଭାବ କେବଳ ଓଠ ଉପରେ ନୁହେଁ, ବରଂ ସ୍କିନ୍‌ ଉପରେ ମଧ୍ୟ ପଡ଼ିଥାଏ।

pink3

-ସିଗାରେଟ୍‌ ପିଇବା କେବଳ ସ୍ୱାସ୍ଥ୍ୟ ପାଇଁ ହାନିକାରକ ନୁହେଁ, ବରଂ ଆପଣଙ୍କ ଓଠ ପାଇଁ ମଧ୍ୟ ବହୁତ କ୍ଷତିକାରକ ହୋଇଥାଏ। ଯଦି ଆପଣ ସବୁଦିନ ଧୂମ୍ରପାନ କରୁଥାଆନ୍ତି, ତା’ହେଲେ ଏବେଠୁ ଏହାକୁ ଛାଡ଼ିଦିଅନ୍ତୁ।

-ତମାଖୁ ଖାଇବାରେ ଓଠ କଳା ପଡ଼ିଯାଇଥାଏ। ଗୁଟ୍‌ଖା ଖାଇଲେ କେବଳ ଗଳା ଉପରେ ପ୍ରଭାବ ପଡ଼ି ନ ଥାଏ, ବରଂ ଆପଣଙ୍କ ଓଠକୁ ସବୁଦିନ ପାଇଁ କଳା କରିଦେଇପାରେ।

-ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିୟୁଟି ପ୍ରଡକ୍ଟର ସାଇଡ୍‌ ଇଫେକ୍ଟସ୍‌ରେ ମଧ୍ୟ ଓଠ କଳା ପଡ଼ିଯାଇଥାଏ। ତେଣୁ ଆପଣ କେବଳ ନ୍ୟାଚୁରାଲ ପ୍ରଡକ୍ଟ ହିଁ ବ୍ୟବହାର କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button