ରାଜ୍ୟ

ଲାଠୋର ଲାନ୍ଥନଦୀ ପାଖରେ ମାଓବାଦୀ ବ୍ୟାନର୍‌ – Ibnodisha

[ad_1]

ଲାଠୋର: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ସଦର ଗ୍ରାମ ଲାନ୍ଥନଦୀ ନିକଟରେ ରବିବାର ସକାଳେ ଦୁଇଟି ମାଓବାଦୀ ବ୍ୟାନର୍‌ ଲାଗିଥିବା ଦେଖିବାକୁ ମିଳିଥିଲା। ଏଥରେ ଭାରତର କମ୍ୟୁନିଷ୍ଟ ପାର୍ଟି ୨୦ ବର୍ଷ ପୂର୍ତ୍ତିର ସ୍ଥାପନା ଦିବସ ସେପ୍ଟେମ୍ବର ୨୧ ତାରିଖ ଦିନ ପ୍ରତି ଗାଁରେ ପାଳନ କରିବା ପାଇଁ ଉଲ୍ଲେଖ ରହିଛି। ଏହା ସହିତ ମାଓବାଦୀ ଜନତାଙ୍କ ପ୍ରକୃତ ହିତାକାଂକ୍ଷୀ ବୋଲି ଦର୍ଶାଯାଇଛି। ପୁଞ୍ଜିବାଦ, ସାମନ୍ତବାଦକୁ ବିରୋଧ, ମୋଦୀଙ୍କ ଜନ୍ମଦିନକୁ ବେରୋଜଗାର ଦିବସ ରୂପେ ପାଳନ କରିବା ପାଇଁ ଆହ୍ବାନ ଦିଆଯାଇଛି। ଶେଷରେ ଭା.କ.ପା. (ମାଓବାଦୀ) ବିବିଏମ୍‌ ଡିଭିଜନାଲ କମିଟି ଲେଖାଯାଇଛି। ଏନେଇ ପୁଲିସ ପାଖରେ କୌଣସି ଖବର ନଥିବା ଲାଠୋର ଥାନା ଅଧିକାରୀ ଝସକେତନ ଭୋଇ କହିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button