ରାଜ୍ୟ
ପ୍ରକାଶ ପାଇଲା ଓଜେଏସ୍ ରେଜଲ୍ଟ – Ibnodisha

[ad_1]
ଭୁବନେଶ୍ୱର: ପ୍ରକାଶ ପାଇଲା ଓଡିଶା ଜୁଡ଼ିସିଆଲ ସର୍ଭିସ(ଓଜେଏସ୍)ରେଜଲ୍ଟ । ଏଥିରେ ସୁଶ୍ରିତା ମିଶ୍ର ଟପ୍ପର ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦ୍ୱିତୀୟ ସ୍ଥାନରେ ନୀଲିଶା ପଟ୍ଟନାୟକ ରହିଛନ୍ତି । ଅନ୍ୟପଟେ ତୃତୀୟ ସ୍ଥାନରେ ଅନନ୍ୟା ମିଶ୍ର ସ୍ଥାନ ପାଇଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଉଛି ଯେ, ଏଥିରେ ଝିଅଙ୍କ ରେଜଲ୍ଟ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛି । କାରଣ ପ୍ରଥମ ଆଠଟି ସ୍ଥାନରେ କେବଳ ଝିଅ ହିଁ ରହିଥିବା ଦେଖିବାକୁ ମିଳିଛି । ଏଥିରେ ମୋଟ ୫୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୩୯ ଜଣ ଝିଅ । ପ୍ରଥମ ୧୦ଟି ସ୍ଥାନରେ ୮ ଜଣ ଅଛନ୍ତି ଝିଅ । ସୁଶ୍ରିତା ମିଶ୍ର ଏହି ପରୀକ୍ଷାରେ ଟପ୍ପର୍ ହୋଇଛନ୍ତି । ପ୍ରଥମ ୧୦ ଜଣ ହେଲେ- ସୁଶ୍ରିତା ମିଶ୍ର, ନୀଲିଶା ପଟ୍ଟନାୟକ, ଅନନ୍ୟା ମିଶ୍ର, ରାଣୀରଂଜିତା ପଟ୍ଟନାୟକ, ଲୋପାମୁଦ୍ରା ଆଚାର୍ଯ୍ୟ, ହର୍ଷିତା ମିଶ୍ର, ପ୍ରଜ୍ଞା ସୁମନ ମହାପାତ୍ର, ଏସ୍.ଆର.ତୋଷାଳି, ସତ୍ୟଜିତ ପାଣି, ଲଳିତେନ୍ଦୁ ଦେବତା।
[ad_2]



