ରାଜ୍ୟ
ଆଇଏଏସସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ପଦବୀ

IBN ଓଡିଶା(ବ୍ୟୁରୋ):-ଭୁବନେଶ୍ୱର:-ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ରାଜ୍ୟ ସରକାର ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି । ତେବେ କେଉଁ ଆଇଏଏସ ଅଧିକାରୀଙ୍କୁ କେଉଁ ପଦବୀରେ ନିଯୁକ୍ତ କରାଯାଇଛି ଆସନ୍ତୁ ଜାଣିବା:
୧- ସଞ୍ଜୟ ସିଂହ- ବିଏମସି କମିଶନର, ବିଡିଏ ଉପାଧ୍ୟକ୍ଷ ସହ ଭୁବନେଶ୍ୱର ସ୍ମାର୍ଟସିଟି ସିଇଓ ଅତିରିକ୍ତ ଦାୟିତ୍ୱ ।
୨- ପ୍ରେମଚନ୍ଦ୍ର ଚୌଧୁରୀ- ଜିଏ ବିଭାଗ ଓଏସଡି ।
୩- ହେମନ୍ତ ଶର୍ମା- ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଅତିରିକ୍ତ ଦାୟିତ୍ୱ ।
୪- ବିଷ୍ଣୁପଦ ସେଠୀ: ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତିରିକ୍ତ ଦାୟିତ୍ୱ ।
୫- ଡ. କ୍ରିଷନ କୁମାର-ଇଡକୋ ସିଏମଡିଭାବେ ଅତିରିକ୍ତ ଦାୟିତ୍ୱ ।