ଶ୍ରୀ ଗଣେଶ ମାତୃବାଟିକା ର ଶୁଭ ଉଦଘାଟନ ଏବଂ ଗଣେଶ ଚତୁର୍ଥୀ ନିମନ୍ତେ ପ୍ରସ୍ତୁତିବୈଠକ!
ରଙ୍ଗେଈଲୁଣ୍ଡା : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଣ୍ଢା ପଞ୍ଚାୟତ ର ପଞ୍ଚମା ଗ୍ରାମ ରେ ଅବସ୍ଥିତ ସିଦ୍ଧ ବିନାୟକ ମନ୍ଦିର ରେ ଆସନ୍ତା ସାତ ତାରିଖ ରେ ହେବାକୁ ଥିବା ଗଣେଶ ଚତୁର୍ଥୀ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି!ଶ୍ରୀ ଗଣେଶ ଚତୁର୍ଥୀ ଦିନ ଓଡିଶା ର ବିଭିନ୍ନ ସ୍ଥାନ ରୁ ଏବଂ ଆନ୍ଦ୍ର ପ୍ରଦେଶ ରୁ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହୋଇ ଥାଏ!ଭକ୍ତ ମାନଙ୍କ ପାଇଁ କିପରି ବିଭିନ୍ନ ସୁବିଧା ଉପଲବ୍ଧ ହେବ ଏବଂ ଦର୍ଶନ କିପରି ଶୃଙ୍ଖଳିତ ହେବ ଏ ନେଇ ଆଜି ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଙ୍କ ଅଧକ୍ଷତା ରେ ଉକ୍ତ ବୈଠକ ହୋଇ ଥିଲା!ଆଜିର ଉକ୍ତ ବୈଠକ ପରେ ମନ୍ଦିର ପରିସରରେ ଶ୍ରୀ ଗଣେଶ ମାତୃ ବାଟିକା ର ଶୁଭ ଉଦଘାଟନ ହେବା ସହ ପ୍ରଭୁ ଗଣେଶ ଙ୍କ ଏକ ସହ ଆଠ ମାତା ଙ୍କ ନାମରେ ବୃକ୍ଷ ରୋପଣ କରା ଯାଇଥିଲା!ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ଯଥା ଏକ ପେଡ ମା କେ ନାମ, ଅନୁସାରେ ଏହି ବୃକ୍ଷ ରୋପଣ ର ମାନନୀୟ ମନ୍ତ୍ରୀ ଚାରା ଲଗେଇ ଉଦଘାଟନ କରିଥିଲେ!ଆଜିର ଉକ୍ତ ବୈଠକ ରେ ବ୍ଲକ ବି.
ଡି. ଓ, ଗୋଲନ୍ଥରା ଥାନା ଅଧିକାରୀ ଶ୍ରୀ ବିବେକାନନ୍ଦ ସ୍ୱାଇଁ, ବରିଷ୍ଠ ନେତା ରାଜେଶ ସାହୁ, ଜିଲ୍ଲା ବିଜେପି ଉପ ସଭାପତି ଗଙ୍ଗାଧର ଶତପଥୀ, ଯୁବ ନେତା ସୁନୀଲ ପାତ୍ର, କନିସି ମଣ୍ଡଳ ସଭାପତି ସନତ କୁମାର ନାୟକ, କୋଲଥୀ ଗାଁ ଯୁବ ସରପଞ୍ଚ ଜଗମୋହନ ପାତ୍ର, ଅଶ୍ୱିନୀ କୁମାର ପାତ୍ର, ଯୁବ ନେତା ଶିବ ସେଠି, ଗୋଶାଣୀ ନୂଆ ଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ, ବରିଷ୍ଠ ନେତା କାଁହୁ ପତି, ଗୌରୀ ସାମନ୍ତରାୟ, ମିଟୁ ସାହୁ, ଯୁବ ସମାଜସେବୀ ଶୁଭମ ଦାଶ (ରାଜା ), ପ୍ରମୁଖ ଉପସ୍ଥିତ ଥିଲେ!