ରାଜ୍ୟ

ବିରଗୋବିନ୍ଦପୁରରେ ମା’ ଦକ୍ଷିଣ କାଳୀପୂଜା

ପୁରୀ ( ଦ କୁଇଭର ):- ପୁରୀ ଜିଲ୍ଲା ସାତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିରଗୋବିନ୍ଦପୁରରେ ଅନୁଷ୍ଠିତ ହୋଇଛି ମା ଦକ୍ଷିଣ କାଳୀ ପୂଜା । ରୀତିନୀତି ଅନୁଯାଇ ଅର୍ଧ ରାତ୍ରିରୁ ମାଙ୍କ ପୂଜା ଆରମ୍ଭ ହୋଇ ସକାଳ ୫ ଟାରେ ପୂଜା ଶେଷ ହେବାପରେ ମାଙ୍କ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା । ରାଜ୍ୟ ଏବଂ ରାଜ୍ୟ ବାହାରୁ ମାଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ଲାଗିରହିଛି ।

ମାଙ୍କ ପାଖରେ ମାନସିକ ରଖି ପୂର୍ବରୁ ବଳିପ୍ରଥା ଚାଲିଥିଲା କିନ୍ତୁ ଏବେ ତାହା ବନ୍ଦ ହୋଇଯାଇଛି । ଦେବୀଙ୍କ ଆରାଧନା ପାଇଁ କାହିଁ କେତେ ଦୂରରୁ ଭକ୍ତ ଧାଇଁ ଆସିଛନ୍ତି । ଭକ୍ତଙ୍କ ଭିଡକୁ ଆଖିଆଗରେ ରଖି କିଭଳି ମାଙ୍କ ଦର୍ଶନ ଶାନ୍ତି ଶୃଙ୍ଖଳାର ହେବ ସେଥିପ୍ରତି ପୋଲିସ ପ୍ରଶାସନ ବ୍ୟବସ୍ଥା କରିଛି । ଭକ୍ତଙ୍କ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ସେପଟେ ବିରପ୍ରତାପ ପୁରରେ ମା କାମରୁପା ଏବଂ ଏକ ପାଦ ଭୈରବଙ୍କ ପିଠ ରହିଛି । ସେଠାରେ ପୂଜା ପାଉଛନ୍ତି ବଡ ଭଉଣୀ ମା ଶ୍ୟାମା କାଳି , ସମଯାଜ ପୁରରେ ମଝିଆଁ ଭଉଣୀ ମା ଉଗ୍ରତାରା ଏବଂ ବିରଗୋବିନ୍ଦ ପୁରରେ ସାନ ଭଉଣୀ ମା ଦକ୍ଷିଣକାଳୀ । ମାଙ୍କ ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କ ଭିଡ଼ ଲାଗିରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button