ରାଜ୍ୟ

୨୬ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ବାରଣ – Ibnodisha

[ad_1]

ପାରାଦୀପ: ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି । ଷଣ୍ଢକୁଦ, ନୂଆବଜାର ଆଦି ବସ୍ତିରେ ଥିବା ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଛି । ଡାକବାଜି ଯନ୍ତ୍ର ଦ୍ୱାରା ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟ ବିଭାଗର ସଚେତନତା ଜାରି । ଜୁଆର ଓ ପବନ ଆଶଙ୍କାରେ ଆଜିଠୁ ୨୬ ଯାଏଁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ଆଜି ସୁଦ୍ଧା ଫେରି ଆସିବାକୁ ପରାର୍ମଶ ଦିଆଯାଇଛି ।

ଖବର ମୁତାବକ, ଦକ୍ଷିଣ-ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବା ବେଳେ ଆଗାମୀ ୨୨ ତାରିଖ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଉପକୂଳ ଓଡ଼ିଶାର ଜିଲ୍ଲା ଏବଂ ମୟୁରଭଞ୍ଜ, କକନ୍ଦୁଝର, ଅନୁଗୁଳ, କେଙ୍କାନାଳ, କବୌଦ୍ଧ ,କନ୍ଧମାଳ, ରାୟଗଡା, କକାରାପୁଟ ଏବାଂ ମାଲକାନଗିରି ଜିଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଗତକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସେହି ଅଞ୍ଚଳରେ ସକ୍ରିୟ ରହିବା ସହ ଘୂର୍ଣ୍ଣିବଳୟ ବାୟୁମଣ୍ଡଳ ମଧ୍ୟଭାଗ ପର୍ୟ୍ୟନ୍ତ ବ୍ୟାପିଛି। ଲଘୁଚାପ ଆହୁରି ଘନୀଭୂତ ହୋଇ ୨୩ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଅନ୍ୟପଟେ ଆରବସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଲଘୁଚାପ ଘନୀଭୂତ ହେବା ଦ୍ବାରା ଆରବସାଗରରେ ସୃଷ୍ଟି ହୋଇଛି ଅବପାତ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ୨୨ ତାରିଖ ସୁଦ୍ଧା ଭୀଷଣ ବାତ୍ୟାରେ ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ସମ୍ଭାବ୍ୟ ବାତ୍ୟା ୨୪ ତାରିଖ ସକାଳ ପରଠାରୁ ଦକ୍ଷିଣ ଓମାନ ଏବଂ ପାର୍ଶ୍ବବର୍ତ୍ତୀ ୟେମେନ ଉପକୂଳ ମୁହାଁଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button