ମର୍ମନ୍ତୁଦ ସଡକ ଦୁର୍ଘଟଣା: ଡ୍ରାଇଭର ମୃତ – Ibnodisha

[ad_1]
ସୂଚନା ଅନୁସାରେ, କଲମପୁର ଥାନା ଅଧିନସ୍ଥ ବନ୍ଧକନା ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ୨୦ ବର୍ଷିୟ ପୁଅ ନନ୍ଦ କିଶୋର ଶନିବାର ସଂଧ୍ୟାରେ ଜୟପାଟଣା ଥାନା ଅଧିନସ୍ଥ ତାଲଗୁଡ ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀ ଡୋକରୀଙ୍କ ଦଶହରା ଦେଖିବା ପାଇଁ ଯାଇଥିଲା। ସେଠାରେ ପୂଜା ଦେଖି ସାରିବା ପରେ ରବିବାର ଭୋରରୁ ପୁଣି ବାଇକ ଯୋଗେ ମୁଖିଗୁଡା କଲମପୁର ମୁଖ୍ୟ ରାସ୍ତା ଦେଇ ଫେରୁଥିବା ବେଳେ ମହିପାଣି ନିକଟସ୍ଥ କେ ପୋଲରେ ନିୟନ୍ତ୍ରଣ ହରାଇ ବାଇକ ସହ ପିଟି ହୋଇଯାଇଥିଲେ। ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ।
ସେହି ରାସ୍ତା ଦେଇ କିଛି ଲୋକ ଯାଉଥିବା ବେଳେ ନନ୍ଦକିଶୋରଙ୍କୁ ଉଦ୍ଧାର କରି ଜୟପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେତେବେଳଙ୍କୁ ନନ୍ଦ କିଶୋରଙ୍କ ମୃତ୍ୟୁ ହୋଇ ସାରିଥିଲା। ଏନେଇ ମୁଖିଗୁଡା ଫାଣ୍ଡି ପକ୍ଷରୁ ଜୟପାଟଣା ପୁଲିସ ସୂଚନା ପାଇବା ପରେ ଏକ ଦୁର୍ଘଟଣାଜନିତ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିଥିଲେ। ଏହାପରେ ପଂଚନାମା କରାଯାଇ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ। ଏହାପରେ ଅନ୍ତିମ ସଂସ୍କାର ପାଇଁ ଶୋକାକୂଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନକୁ ନିଆଯାଇଛି।
[ad_2]