ରାଜ୍ୟ

ଜୟନ୍ତୀଗଡ଼ ନୀଳକଣ୍ଠେଶ୍ଵର ଶିବ ମନ୍ଦିରରେ ଶିବଲିଙ୍ଗ ଭଙ୍ଗା ଘଟଣାକୁ ନେଇ ଉତ୍ତେଜନା

କେନ୍ଦୁଝର( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟରେ ଥିବା ଝାଡ଼ଖଣ୍ଡ ରାଜ୍ୟର ଜୟନ୍ତୀଗଡ଼ କଙ୍ଗିରା ନୀଳକଣ୍ଠେଶ୍ଵର ଶିବ ମନ୍ଦିରରେ ପଶି ଦୁର୍ବୃତ୍ତ ମାନେ ଶିବଲିଙ୍ଗ ଭାଙ୍ଗି ଦେଇଥିବା ଜଣା ପଡିଛି। ଏନେଇ ଶୁକ୍ରବାର ସେଠାରେ ଉତ୍ତେଜନା ଦେଖା ଯାଇଛି। ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଏହି ଅଧର୍ମୀ ଅପରାଧୀଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ରଖିଛନ୍ତି।

ସୂଚନା ପାଇ ଝାଡଖଣ୍ଡ ଜଗନ୍ନାଥପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଲୋକେ ଜିଦରେ ଅଟଳ ରହିଥିଲେ। ଏହି ଘଟଣା ସମଗ୍ର ସୀମାନ୍ତ ଅଞ୍ଚଳକୁ ଅଶାନ୍ତ କରି ଦେଇଥିବା ବେଳେ ଲୋକଙ୍କ ଦ୍ଵାରା ଶନିବାର ଚମ୍ପୁଆ ବନ୍ଦର ଡାକରା ଦିଆ ଯାଇଥିବା ସୂଚନା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button