ରାଜ୍ୟ

ସହିଦନଗର ବୋମାମାଡ଼ ଘଟଣାରେ ୨ ଅଟକ

ମାଜ ଡିଜିଟାଲ ଡେସ୍କ: ସହିଦନଗର ଓ୍ବିନର କ୍ଲବ ଉପରକୁ ବୋମାମାଡ଼ ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ପୁଲିସ ୨ ଜଣଙ୍କୁ ଧରିବାରେ ସଫଳ ହୋଇଛି। ଅନ୍ୟ ଅଭିଯୁକ୍ତମାନେ ଏଯାଏ ଧରାପଡ଼ି ନାହାନ୍ତି। ସେମାନଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଛି।

ଶୁକ୍ରବାର ରାତିରେ ୩୦ରୁ ୪୦ ଯୁବକ ବାଇକରେ ଆସି ଓ୍ବିନର କ୍ଲବ ଉପରକୁ ୩ଟି ବୋମା ମାଡ଼ କରିବା ସହିତ କିଛି ବାଇକ ଏବଂ କାର ଭଙ୍ଗାରୁଜା କରି ଆତଙ୍କ ଖେଳାଇଥିଲେ।

ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁବାର ଦିନ ବାଣ ଫୁଟାକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା। ଓ୍ବିନର କ୍ଲବର ସଦସ୍ୟମାନେ ବାଣ ଫୁଟାଉଥିବାବେଳେ ଅନ୍ୟ ଏକ ଗୋଷ୍ଠୀର ଯୁବକ ପହଞ୍ଚି ଗଣ୍ଡଗୋଳ କରିଥିଲେ। କିନ୍ତୁ ପରେ ଗଣ୍ଡଗୋଳ ଥମି ଯାଇଥିଲା। ଶୁକ୍ରବାର ରାତିରେ କ୍ଲବ ପରିସରରେ ଏକ ଜନ୍ମଦିନ ଉତ୍ସବ ପାଳନ ସହିତ ବାଣ ଫୁଟାଯାଉଥିଲା। ଏହି ସମୟରେ ଯୁବକମାନେ ଆସି ବୋମା ସାଙ୍ଗକୁ ଢେଲାପଥର ମାଡ଼ କରିବା ସହିତ ବିଭିନ୍ନ ଧମକ ଦେଇ ଫେରାର ହୋଇଯାଇଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button