ରାଜ୍ୟ

ଶ୍ରୀମନ୍ଦିରରେ ରକ୍ତ ଛିଟା; ମହାପ୍ରଭୁଙ୍କର ହେଲା ବଡମହାସ୍ନାନ – Ibnodisha

[ad_1]

ପୁରୀ : ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କର ହେଲା ବଡମହାସ୍ନାନ। ଶ୍ରୀମନ୍ଦିରର ଭିତରକାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ହେଲା ବଡମହାସ୍ନାନ। ମଙ୍ଗଳ ଆଳତୀ ପୂର୍ବରୁ ମହାପ୍ରଭୁଙ୍କର ହେଲା ମହାସ୍ନାନ । ସକାଳ ୫ଟା ୨୧ରେ ସିଂହଦ୍ୱାର ଫିଟିବା ପରେ ପ୍ରଥମେ ସେବାୟତ ଘରର ମହିଳାମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିଥିଲେ। କାରଣ ମଙ୍ଗଳ ଆଳତୀ ସମୟରେ କେବଳ ସେବକ, ସେମାନଙ୍କ ଧର୍ମ ପତ୍ନୀ କିମ୍ବା ପରିବାର ସଦସ୍ୟ ଭିତର କାଠ ପର‌୍ୟ୍ୟନ୍ତ ଯାଇଥାନ୍ତି।ମାତ୍ର ଆଜି ସକାଳୁ ସକାଳୁ ସେବକ ଘରର ଜଣେ ମହିଳା ଶ୍ରୀମନ୍ଦିରରେ ଦୁଆର ନିକଟରେ ହାତ ରଖିଥିବା ବେଳେ ତାଙ୍କ ଆଙ୍ଗୁଠି ଚାପି ହୋଇ ଯାଇଥିଲା। ଫଳରେ ଭିତରକାଠ ପାଖ ଧୁକୁଡି ଦ୍ୱାର ନିକଟରେ ରକ୍ତ ପଡ଼ିଥିଲା।
ତେଣୁ ମଙ୍ଗଳ ଆଳତୀ ପୂର୍ବରୁ ନୀତି ଅଟକା ଯାଇ ପ୍ରାୟ ଘଣ୍ଟାଏ କାଳ ମହାପ୍ରଭୁଙ୍କ ବଡ ମହାସ୍ନାନ କରାଯାଇଛି। ଏହି ସମୟରେ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି। ବଡ଼ ମହାସ୍ନାନ ପରେ ଗଭା ବେଶ ଓ ପରେ ମଙ୍ଗଳ ଅଳତୀ କରାଯିବ । ଆଜି ଶ୍ରୀମନ୍ଦିର ନୀତିକାନ୍ତିରେ ବିଳମ୍ବ ହେବ ବୋଲି ଜଣାଯାଇଛି। ମନ୍ଦିର ବାହାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ନୀତିକାନ୍ତିରେ ବିଳମ୍ବ ହେତୁ ସେମାନେ ଭିତରକୁ ପ୍ରବେଶ କରି ପାରୁ ନାହାନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button