ଯାଜପୁର PCR ଭ୍ୟାନ୍ ଆଦାୟ କରୁଛି ବଟି ,ଜିଲ୍ଲା ଏସ୍ପି ଙ୍କ ନଜର ଅଛି ତ ??

ଯାଜପୁର,IBN ଓଡିଶା-ଆଇନ ର ରକ୍ଷକ ହୋଇ କରୁଛନ୍ତି ଭକ୍ଷକ କାର୍ଯ୍ୟ।ଯେଉଁ ବରଦି ଦିନେ ଜନତା ଙ୍କ ସ୍ୱାର୍ଥ ରକ୍ଷା ପାଇଁ ଶପଥ କରାଯାଇଥିଲା ଆଉ ରକ୍ଷକ ସାଜିଥିଲା ତାହା ଆଜି ଏ ସମାଜ ପାଇଁ ଭକ୍ଷକ ହୋଇ ଯାଇଛି।ଗୋଟେ ପଟେ ପୋଲିସ ଲୋକାଭିମୁଖୀ ହେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱ ଦେଉଥିବାବେଳେ କିଛି ଅସାଧୁ ପୋଲିସ କର୍ମଚାରୀ ଙ୍କ ପାଇଁ ପୁରା ପୋଲିସ ବ୍ୟବସ୍ଥା ବଦନାମ ହେବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରସଙ୍ଗ କ୍ରମେ ୧୬ନମ୍ବର ଜାତୀୟ ରାଜପଥ ଯାଜପୁର ଜିଲ୍ଲାର ପାଣିକୋଇଲି ଠାରୁ ଆରମ୍ଭ କରି ଛତିଆ ପର୍ଯ୍ୟନ୍ତ ଯାଜପୁର ର ଏକ ପିସିଆର ଭ୍ୟାନ୍ ସରକାରୀ ସ୍ତରରେ ରାସ୍ତା କଡରେ ପେଟ୍ରୋଲିଂ କରିବା ପାଇଁ ଦୈନିକ ୨୪ ଘଣ୍ଟିଆ ପ୍ରହରା ଦେଉଛି।ହେଲେ ଦୁର୍ଭାଗ୍ୟର ବିଷୟ ଯେ, ଶାନ୍ତି ଶୃଙ୍ଖଳା ତଥା ଜାତୀୟ ରାଜପଥରେ ଜାମ ହେଉଥିବା ଗାଡି,ଓ ଟ୍ରାଫିକ ନିୟନ୍ତ୍ରଣ କରିବା ପରିବର୍ତେ ଉକ୍ତ ଗାଡ଼ିରେ ଡିୟୁଟି ରେ ଥିବା କର୍ମଚାରୀ ଦୈନିକ ପେଟ୍ରୋଲିଂ ବାହାନା ରେ ରାସ୍ତା ର ପାର୍ଶ୍ଵ ରେ ଅନେକ ଗାଡି ଯଥା ମାଛ କୋଇଲା, କୁକୁଡ଼ା, ଗୋରୁ, ଛେଳି ,ମେଣ୍ଢା ଗାଡିରୁ ବଟି ନେବା ଘଟଣା ସାଧାରଣ ରେ କାହାକୁ ଅଛପା ନାହିଁ।
ତେବେ ସୂଚନା ଥାଉକି ଗତକାଲି ସକାଳ ୧୦ଟା ସମୟରେ ୧୬ନମ୍ବର ଜାତୀୟ ରାଜପଥ ଦେଇ OD05 AD0567 ନାମକ ଏକ ପିକଅପ ଭ୍ୟାନ୍ ରେ ମାଛ ଯାଆଁଳ ନେଇ ଯାଉଥିବା ସମୟରେ ଯାଜପୁର ଜିଲ୍ଲାର ଏକ ପିସିଆର ଭ୍ୟାନ୍ ଯାହାର ନମ୍ବର OD05 BD 6683 ଉକ୍ତ ଗାଡିକୁ କ୍ଷିପ୍ର ଗତିରେ ପିଛା କରି ଜାରକା ରୁ ଅନତୀ ଦୂର ରଥୀଆ ଛକ ନିକଟ ଭାରତ ପେଟ୍ରୋଲିୟମ ନିକଟରେ ଗାଡି ଟିକୁ ଅଟକାଇଥିଲେ। ହେଲେ ଯାଜପୁର ଜିଲ୍ଲା ର ଆମ ପ୍ରତିନିଧି ଉକ୍ତ ଗାଡିକୁ ମଧ୍ୟ ପିଛା କରି ଉକ୍ତ ସ୍ଥାନରେ ପହଁଚି ଥିଲେ।ତେବେ ପିକଅପ ଗାଡିଟିର ବାମ ପଟରେ ବସିଥିବା ହେଲ୍ପର ଜଣକ ଅଚାନାକ ଗାଡିରୁ ଓଲ୍ହାଇ ପଡି ପିସିଆର ଭ୍ୟାନ ରେ ଡିଉଟି ରେ ଥିବା କର୍ମଚାରୀ ଯାହାକି ବାମ ପଟରେ ଜଣେ ପୋଲିସ କର୍ମଚାରୀ ବସିଥିବା ବେଳେ ଗାଡି ପଛରେ ମଧ୍ୟ ଦୁଇଜଣ ହୁମ ଗାର୍ଡ ରହିଥିଲେ।ଆଉ ପିକଅପ ହେଲ୍ପର ଜଣକ ଗାଡ଼ିରେ ଥିବା ଡ୍ରାଇଭର କୁ ସଙ୍ଗେ ସଙ୍ଗେ ଗାଡି ପାସ କରିବା ପାଇଁ ୧୦୦ଟଙ୍କା ବଟି ଦେଉଥିଲେ।ଯାହା ଆମ ପ୍ରତିନିଧି ଭିଡିଓ ଉତ୍ତୋଳନ କରିବା ବେଳେ ତାହାକୁ ଦେଖି ୧୦୦ଟଙ୍କା ଙ୍କୁ ତୁରନ୍ତ ପୁଣି ପିକଅପ କର୍ମଚାରୀ ଙ୍କୁ ଫେରାଇ ଦେଇ ଗଣ ମାଧ୍ୟମ ଆଗରେ ପୋଲିସ ବାବୁ ଜଣକ ସଫେଇ ଦେଖେଇ କହିଥିଲେ ଯେ, ଆମେ ଉକ୍ତ ଗାଡି ଲୋକ ପରିବହନ କରୁଥିବାରୁ ଆମେ ତାହାକୁ ଅଟକାଇ ପଚାର ଉଚରା କରୁଚୁ।ତେବେ ସଙ୍ଗେ ସଙ୍ଗେ ଭ୍ୟାନ୍ ଟି ଉକ୍ତ ସ୍ଥାନରୁ ପଳାଇଥିବା ବେଳେ ଗଣମାଧ୍ୟମ କ୍ୟାମେରା ସାମ୍ନା ରେ ଉକ୍ତ ପିକଅପ ଭ୍ୟାନ ର ଡ୍ରାଇଭର ଜଣକ ୧୦୦ଟଙ୍କା ଦେଉଥିବାର ଖୋଦ ମୁହଁରେ ସ୍ୱୀକାର କରିଛନ୍ତି।ଅନ୍ୟପଟେ ଗାଡିର ଲେବର ଓ ହେଲ୍ପର ମଧ୍ୟ କହିଛନ୍ତି ଦୈନିକ ଯାହା ବି ଆମେ ପରିବହନ କରୁଚୁ ବାଧ୍ୟ ହୋଇ ଲାଞ୍ଚ ଦେଇ ଯିବାକୁ ପଡୁଚି।ଆଉ ଦିନେ ନଦେଲେ ଆମେ ଗାଡି ବି ଆଣି ପାରିବୁନୁ ବୋଲି ଆମକୁ କୁହା ଯାଇଛି।ଖାଲି ସେତିକ ନୁହଁ ଦୈନିକ ବେଆଇନ ଚାଲାଣ ହେଉଛି ଆଉ ଲାଞ୍ଚ ଦେଇ ଗାଡି ପାସ ମଧ୍ୟ ହେଉଛି ଆଉ ମୁହଁ ଖୋଲିଲେ ଗାଡି ଚାଲି ପାରିବନି ବୋଲି ଗାଡି ଚାଳକ ଙ୍କୁ ଧମକ ଦେବା ସହ ଆଇନ ଅନୁଯାଇ ଅନେକ ଅସୁବିଧା ପକାଉ ଛନ୍ତି ବୋଲି କହିଛନ୍ତି ଅନେକ କୁକୁଡ଼ା ଗାଡି ଚାଳକ।ତେବେ ତୁରନ୍ତ ଏ ଦିଗରେ ଜିଲ୍ଲା ଏସ୍ପି ଓ ରାଜ୍ୟ ପୋଲିସ ମହାନିର୍ଦେଶକ ଦୃଷ୍ଟି ଦେବାକୁ ଅନେକ ବୁଦ୍ଧି ଯିବି ରେ ଦାବି ଜୋର ଧରିଛି।