ରାଜ୍ୟ

ବରମୁଣ୍ଡା ବସ୍ ଟର୍ମିନାଲ ଉଦଘାଟିତ – Ibnodisha

[ad_1]

ଭୁବନେଶ୍ୱର: ବରମୁଣ୍ଡା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ ଉଦଘାଟିତ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପନ୍ଦର ଏକର ଜମି ଉପରେ ହେଉଥିବା ଏହି ବସ୍ ଟର୍ମିନାଲରେ ଦୈନିକ ୭୦୦ ରୁ ୮୦୦ ବସ୍ ଯାତାୟତ କରିବ । ଭବିଷ୍ୟତରେ ବସ୍ ସଂଖ୍ୟା ୧୭୦୦ ରୁ ୧୮୦୦କୁ ବୃଦ୍ଧି ପାଇପାରେ । ଏଥିସହିତ ଦୈନିକ ୩୫ରୁ ୪୫ ହଜାର ଯାତ୍ରୀ ଯିବା ଆସିବା କରିବେ । ଏହି ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ରେଷ୍ଟୁରାଣ୍ଟ, ବହୁତଳ କାର ପାର୍କିଂ, ଆହାର କେନ୍ଦ୍ର, ଯାତ୍ରୀଙ୍କ ପାଇଁ ପିକ ଅପ୍ ଆଣ୍ଡ ଡ୍ରପ୍ ଅଫ ସୁବିଧା, ୧୪୪ଟି ବସ୍ ବେ, ସିଟି ବସ୍ ପାଇଁ ବସ୍ ବେ ଓ ଦୋକାନ ବଜାର ଅନେକ ସୁବିଧା ରହିବ । ଏଥିପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button