ଅପରାଧ

ଲିଭ୍‌-ଇନ୍‌ ପାର୍ଟନରଙ୍କୁ ପ୍ରେସର୍‌ କୁକର୍‌ରେ ପିଟି ପିଟି ହତ୍ୟା – Ibnodisha

[ad_1]

ନୂଆଦିଲ୍ଲୀ: ନିଜ ଲିଭ୍‌-ଇନ୍‌ ପାର୍ଟନରଙ୍କୁ ପ୍ରେସର୍‌ କୁକର୍‌ରେ ପିଟି ହତ୍ୟା। ପାର୍ଟନର ଧୋକା ଦେଉଥିବା ସନ୍ଦେହ କରି ବେଙ୍ଗାଲୁରୁର ଜଣେ ଯୁବକ ଏଭଳି ହତ୍ୟାକାଣ୍ଡ ଘଟାଇଛନ୍ତି। ପୋଲିସ ଏହି ଘଟଣାରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ବେଙ୍ଗାଲୁରୁ ପୋଲିସର କହିବା ହେଲା, ଗିରଫ ଅଭିଯୁକ୍ତ ହେଲେ ୨୪ ବର୍ଷୀୟ ବୈଷ୍ଣବ। ସେ ନିଜ ଲିଭ୍‌-ଇନ୍‌ ପାର୍ଟନର ଦେବୀ (୨୪ ବର୍ଷ)ଙ୍କ ମୁଣ୍ଡକୁ ପ୍ରେସର୍‌ କୁକର୍‌ରେ ପିଟି ହତ୍ୟା କରିଛନ୍ତି।

ଘଟଣା ଘଟିଛି ମାଇକୋ ଲେଆଉଟ୍‌ ଥାନା ଅଞ୍ଚଳରେ। ଉଭୟ ଯୁବକ ଏବଂ ଯୁବତୀ କେରଳର ବାସିନ୍ଦା। ଦୁହେଁ ଏକ ସାଥୀରେ ମିଶି ପାଠ ପଢ଼ୁଥିଲେ ଏବଂ ଗତ ୩ ବର୍ଷ ହେବ ଏକାଠି ଗୋଟିଏ ଘରେ ରହୁଥିଲେ। ପଡ଼ୋଶୀମାନେ ପୋଲିସକୁ ଜଣାଇଛନ୍ତି ଯେ ସେମାନଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡ଼ା ଲାଗୁଥିଲା। କିନ୍ତୁ ପୋଲିସ କହିଛି ଯେ ସେମାନଙ୍କ ଭିତରୁ କେହି ବି ପରସ୍ପର ବିରୋଧରେ ଥାନାରେ କେବେ ଅଭିଯୋଗ କରିନାହାନ୍ତି।

ତେବେ ଘଟଣା ପରେ ଅଭିଯୁକ୍ତ ଖସି ପଳାଇ ଯାଉଥିବା ବେଳେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ଏ ନେଇ ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି। ଗିରଫ ପରେ ବୈଷ୍ଣବଙ୍କୁ ପଚରାଉଚରା ଜାରି ରହିଥିବା ପୋଲିସ କହିଛି। ଦୁହେଁ କଲେଜ ସମୟରୁ ହିଁ ପରସ୍ପରକୁ ଜାଣିଥିଲେ ଏବଂ ବେଙ୍ଗାଲୁରୁର ଏକ ମାର୍କେଟିଂ କମ୍ପାନୀରେ ମିଶି କାମ କରୁଥିଲେ।

ଶନିବାର କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ଲାଗିଥିଲା। ଏହି ସମୟରେ ବୈଷ୍ଣବ ଏକ ପ୍ରେସର୍‌ କୁକର୍‌ରେ ଦେବୀଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button