ଦେଶ

ବାନ୍ଧବୀର ପୋଷା କୁକୁରକୁ ଉଦ୍ଧାର କରିବାକୁ ଯାଇ ବୁଡି ପ୍ରାଣ ହରାଇଲେ ଯୁବକ – Ibnodisha

[ad_1]

ଭୋପାଳ: ଜଣେ ବାନ୍ଧବୀର ପୋଷା କୁକୁରକୁ ଉଦ୍ଧାର କରିବା ଲାଗି ବୁଧବାର ସକାଳେ ଜଳଭଣ୍ଡାରକୁ ଡେଇଁଥିବା ଭୋପାଳ ଏନ୍‌ଆଇଟିର ଜଣେ ‘ବିଟେକ୍‌’ ସ୍ନାତକ ବୁଡ଼ିଯାଇ ପ୍ରାଣ ହରାଇଥିବା କଥା ପୁଲିସ କହିଛି।ଚୂନଭାଟ୍ଟି ଅଞ୍ଚଳର ସରଳ ନିଗମ ନାମକ ଉକ୍ତ ୨୩ ବର୍ଷିୟ ଯୁବକଙ୍କର ମୃତ୍ୟୁ ହୋଇଗଲା ସତ, କିନ୍ତୁ ସେ ପୋଷା କୁକୁର ପହଁରି ପହଁରି ପାଣିରୁ ଭୂଇଁ ଉପରକୁ ଉଠିଆସିଲା। ତଦନ୍ତକାରୀ ଅଧିକାରୀ ‘ଏଏସ୍‌ଆଇ’ ଅନ୍ତରାମ ଯାଦବ କହିଛନ୍ତି ଯେ, ସକାଳ ବୁଲା ନିମନ୍ତେ ସରଳ ୭.୩୦ରେ ୨ଜଣ ବାନ୍ଧବୀଙ୍କ ସହିତ କେର୍‌ୱା ଜଳଭଣ୍ଡାର ଅଞ୍ଚଳର ‘ଜଙ୍ଗଲ୍‌ କ୍ୟାମ୍ପ୍‌’କୁ ଯାଇଥିଲେ। ଦୁଇ ବାନ୍ଧବୀଙ୍କ ମଧ୍ୟରୁ ଜଣେ ସାଥିରେ ପୋଷା କୁକୁରଟିଏ ନେଇଥିଲେ। ସକାଳ ପ୍ରାୟ ୮.୩୦ରେ ତିନିହେଁ ଜଳଭଣ୍ଡାରର ତଳମୁଣ୍ଡ କୂଳେ କୂଳେ ଚାଲୁଥିବା ବେଳେ ପୋଷା କୁକୁରଟି ଭାରସମ୍ୟ ହରାଇ ପାଣିରେ ପଡ଼ିଗଲା।କୁକୁରକୁ ରକ୍ଷା କରିବାକୁ ମନସ୍ଥ କରି ସେମାନେ ପରସ୍ପରର ହାତ ଧରି ତା’ ପାଖରେ ପହଞ୍ଚିବାକୁ ପାଣିରେ ପଶିଲେ। କିନ୍ତୁ, ସୁଅରେ ପାଦ ଖସି ଯିବାରୁ ସେମାନେ ଜଳଭଣ୍ଡାର ଭିତରେ ପଡ଼ିଗଲେ। କୌଣସି ମତେ ତରୁଣୀ ଦୁହେଁ କୂଳକୁ ଉଠିଆସିଲେ, କିନ୍ତୁ, ଜଳସ୍ରୋତ ସରଳଙ୍କୁ ଭସାଇ ନେଇ ବୁଡ଼ାଇ ଦେଲା। ତେବେ ଘଣ୍ଟାଏ ପରେ ତାଙ୍କର ଶବ ମିଳିଥିଲା।ସରଳଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button