ଦେଶ

କୁକୁର କାମୁଡ଼ିବା ପରେ ଘରେ କହିଲେନି ବାଳକ, କିଛି ଦିନ ପରେ ‌ଜଳାତଙ୍କ ରୋଗ ନେଲା ଜୀବନ – Ibnodisha

[ad_1]

ଗାଜିଆବାଦ: କୁକୁର କାମୁଡ଼ିବା ପରେ ଘରେ କହିଲେନି ବାଳକ। କିଛି ଦିନ ପରେ ‌ଜଳାତଙ୍କ ରୋଗ ନେଲା ଜୀବନ। ସୋମବାର ଦିନ ଗାଜିଆବାଦରେ ଜଣେ ୧୪ବର୍ଷର ବାଳକର ମୃତ୍ୟୁ ଘଟିଛି। ବାଳକକୁ ଏକ ମାସ ପୂର୍ବରୁ କୁକୁର କାମୁଡ଼ିଥିଲା। କିନ୍ତୁ ସେ ଏ ବିଷୟରେ ପିତାମାତାଙ୍କୁ କିଛି କହି ନଥିଲେ। ତାଙ୍କର ଏହି ଗୋଟିଏ ଭୁଲ ତାଙ୍କ ଜୀବନ ନେଇଯିବ ବୋଲି ତାଙ୍କୁ ଜଣାନଥିଲା। ମୃତକଙ୍କ ନାମ ସାବେଜ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ସାବେଜଙ୍କ ପଡ଼ୋଶୀ ମହିଳା ବୁଲା କୁକୁରମାନଙ୍କୁ ଖାଇବାକୁ ଦିଅନ୍ତି। ପ୍ରାୟ ୫-୬ଟି କୁକୁର ସେହି ଅଞ୍ଚଳରେ ରହନ୍ତି। ସାବେଜଙ୍କୁ ସେହି କୁକୁରମାନଙ୍କ ମଧ୍ୟରୁ ଜଣେ କାମୁଡିଥିବାର ଅଭିଯୋଗ ହୋଇଛି। ଅତୀତରେ ଏହି କୁକୁରମାନେ ଅନ୍ୟ ଲୋକଙ୍କୁ କାମୁଡିଥିବାର ଅଭିଯୋଗ କରାଯାଇଛି। ତେବେ କୁକୁର କାମୁଡ଼ିବା ପରେ ଘରେ ରାଗିବେ ବୋଲି ଭାବି ସାବେଜ କାହାକୁ କିଛି ଜଣାଇ ନଥିଲେ। ହେଲେ ଘଟଣାର ୪ଦିନ ପରେ ତାଙ୍କ ଦେହରେ ଜଳାତଙ୍କର ଲକ୍ଷଣ ଦେଖାଯିବାକୁ ଲାଗିଥିଲା। ସେ ପାଣି ଓ ପବନକୁ ଡରିବା ସହ ଅନ୍ଧାରରେ ରହିବାକୁ ପସନ୍ଦ କରୁଥିଲେ। ଏହା ସହ ଜୋରରେ ଚିତ୍କାର କରୁଥିଲେ। ଏଭଳି ଅବସ୍ଥା ଦେଖି ପରିବାର ଲୋକ ସାବେଜଙ୍କୁ ଗାଜିଆବାଦ, ମିରଟ ଏବଂ ଦିଲ୍ଲୀର ଏମ୍ସ ସହ ଅନେକ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେ ସୁସ୍ଥ ହୋଇନଥିଲେ। ମୃତ୍ୟୁ ହେବା ଦିନ ସାବେଜଙ୍କ ବାପା ୟାକୁବ ତାଙ୍କୁ ଚିକିତ୍ସା ପାଇଁ ବୁଲନ୍ଦଶହରକୁ ନେଇଥିଲା। ହେଲେ ବୁଲନ୍ଦଶହରରୁ ଫେରୁଥିବା ବେଳେ ସାବେଜଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣା ପରେ ସାବେଜଙ୍କ ପରିବାର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଏବଂ ଏଭଳି ଘଟଣା ଯେପରି ଆଉ କାହା ସହ ନଘଟେ ସେଥିପାଇଁ ପ୍ରଶାସନ ଏବଂ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button