ଦେଶ

ଚାକିରି ନିମନ୍ତେ ପରୀକ୍ଷା ବେଳେ ସବୁ ପ୍ରକାର ମଥା ଆବରଣ ନିଷେଧ କଲା କର୍ଣ୍ଣାଟକ; ମଙ୍ଗଳସୂତ୍ର ପିନ୍ଧି ହେବ – Ibnodisha

[ad_1]

ବେଙ୍ଗାଲୁରୁ : କପି ନ କରାଇ ଦେବାକୁ ‘କର୍ଣ୍ଣାଟକ ଏକ୍ଜାମିନେସନ୍‌ ଅଥରିଟି’ (କେଇଏ) ବୋର୍ଡ ଓ କର୍ପୋରେସନ୍‌ ଚାକିରି ନିମନ୍ତେ କରାଯାଉଥିବା ପରୀକ୍ଷା ବେଳେ ସମସ୍ତ ପ୍ରକାର ମଥା ଆବରଣ ନିଷେଧ କରିଛି। ସୂଚନାଯୋଗ୍ୟ, ମଥା ଆବରଣ ଭିତରେ ‘ବ୍ଲୁଟୁଥ୍‌’ ଭଳି ଉପକରଣ ରଖି ପରୀକ୍ଷାର୍ଥୀମାନେ କପି କରୁଥିବା ବେଳେ ଅନେକ ଥର ଧରାପଡ଼ିଛନ୍ତି। କିନ୍ତୁ, ଦକ୍ଷିଣ-ପନ୍ଥୀ ସଙ୍ଗଠନ ସବୁ ତୀବ୍ର ପ୍ରତିବାଦ କରିବାରୁ ‘କେଇଏ’ ବିବାହିତା ହିନ୍ଦୁ ନାରୀମାନେ ମଙ୍ଗଳସୂତ୍ର ଓ ଝୁଣ୍ଟିଆ ପିନ୍ଧି ପରୀକ୍ଷାରେ ବସି ପାରିବେ ବୋଲି ଅନୁମତି ପ୍ରଦାନ କରିଛନ୍ତି। ଯଦିବା ‘କେଇଏ’ ନିଷିଦ୍ଧ ତାଲିକାରେ ନିର୍ଦ୍ଦିଷ୍ଟ ଭାବେ ‘ହିଜାବ୍‌’ କଥା ଉଲ୍ଳେଖ କରି ନାହିଁ, ମଥା ଆବରଣ ନିଷେଧ କରାଯାଇଥିବାରୁ ତାହା ମଧ୍ୟ ନିଷିଦ୍ଧ ସାମଗ୍ରୀ ମଧ୍ୟରେ ପରିଗଣିତ ହେଉଛି। ସମଗ୍ର ରାଜ୍ୟରେ ନଭେମ୍ବର ୧୮ ଓ ୧୯ ତାରିଖରେ ହେବାକୁ ଥିବା ବିଭିନ୍ନ ବୋର୍ଡ ଓ କର୍ପୋରେସନ୍‌ ପରୀକ୍ଷା ପୂର୍ବରୁ ‘କେଇଏ’ ଉପରୋକ୍ତ ଘୋଷଣା କରିଛି। ‘କେଇଏ’ କହିଛି ଯେ, ମଥା, ମୁହଁ ଓ କାନକୁ ଢାଙ୍କି ରଖୁଥିବା କ‌ୌଣସି ପ୍ରକାର ପରିଧାନ ଓ ଟୋପି ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଯାଇ ହେବ ନାହିଁ। ‘ବ୍ଲୁଟୁଥ୍‌’ ବ୍ୟବହାର କରି ପରୀକ୍ଷାରେ କରାଯାଉଥିବା କପି ରୋକିବା ପାଇଁ ଜାରି କରାଯାଇଥିବା ନିଷେଧାଜ୍ଞା ମଧ୍ୟରୁ ଏହା ଗୋଟାଏ। କିନ୍ତୁ, ଅକ୍ଟୋବର ମାସରେ ଅନୁଷ୍ଠିତ ଚାକିରି ନିମନ୍ତେ ପରୀକ୍ଷାକୁ ‘କେଇଏ’ ହିଜାବ୍‌ ପିନ୍ଧି ଯିବାକୁ ଅନୁମତି ଦେଇଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button