ରାଜ୍ୟ

ଆଜି ବିଶ୍ବ ମଧୁମେହ ଦିବସ – Ibnodisha

[ad_1]

ଭୁବନେଶ୍ୱର : ବିଶ୍ବବ୍ୟାପୀ ପାଳିତ ହେଉଛି ବିଶ୍ୱ ମଧୁମେହ ଦିବସ। ବିଶ୍ବର ପ୍ରାୟ ୪୦ କୋଟି ଲୋକ ମଧୁମେହରେ ପୀଡିତ ଥିବାବେଳେ ଏହି ଦିବସ ସଚେତନତା ଲାଗି ବାର୍ତ୍ତା ଦେଇଛି। ଉଚ୍ଚ ରକ୍ତ ଶର୍କରା କାରଣରୁ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ। ସଚେତନ ନହେଲେ ଦୃଷ୍ଟିହୀନତା, ଅଙ୍ଗଛେଦନ, ହୃଦଘାତ, କିଡନୀ ରୋଗ ଆଦିର ଶିକାର ହେବାକୁ ପଡିଥାଏ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ କେବଳ ମଧୁମେହରେ ୨୦୧୬ ରେ ପ୍ରାଣ ହରାଇଥିଲେ ୧୬ ଲକ୍ଷ ଲୋକ। ଏହାର ପ୍ରଭାବ ଏପରି ଯେ ଆସନ୍ତା ୨୦୨୪ ବେଳକୁ ବିଶ୍ବର ପ୍ରାୟ ୬୩ କୋଟି ଲୋକ ମଧୁମେହରେ ପୀଡିତ ହେବେ। ତେବେ ଚିନିର ବ୍ୟବହାର କମ କରିବା, ନିୟମିତ କାମ କରିବା, ଯଥେଷ୍ଟ ପାନୀୟ ଜଳ ପିଇବା, ଶରୀର ଓଜନ ଯାଞ୍ଚ କରିବା, ଧୂମ୍ରପାନ ତ୍ୟାଗ କରିବା, ଭିଟାମିନ-ଡି ସ୍ତର ସଠିକ୍ ରଖିବା, ଭିଟାମିନଯୁକ୍ତ ଶାଗ ସମେତ ଅନ୍ୟାନ୍ୟ ସବୁଜ ପରିବା ଖାଇବା ଦ୍ବାରା ମଧୁମେହକୁ ନିୟନ୍ତ୍ରଣ କରାଯାଇଥାଏ। ୧୯୫୦ରେ ଆମଷ୍ଟରଡ୍ୟାମରେ ଆନ୍ତର୍ଜାତିକ ମଧୁମେହ ମହାସଙ୍ଘ ବା ଆଇଡିଏଫ ପ୍ରତିଷ୍ଠା ହୋଇଥିଲା। ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହଭାଗିତାରେ ୧୯୯୧ରେ ବିଶ୍ବ ମଧୁମେହ ଦିବସ ପ୍ରତିଷ୍ଠା ହୋଇଥିଲା। ୨୦୦୬ରେ ଜାତିସଂଘ ଏହାକୁ ମାନ୍ୟତା ଦେବା ପରେ ପ୍ରତିବର୍ଷ ୧୪ ନଭେମ୍ବରକୁ ବିଶ୍ବ ମଧୁମେହ ଦିବସ ଭାବେ ପାଳନ କରାଯାଉଛି। ୧୯୨୨ରେ ଇନସୁଲିନର ଆବିଷ୍କାର କରିଥିବା ସାର୍ ଫ୍ରେଡରିକ ବାଣ୍ଟିଙ୍ଗଙ୍କ ଜନ୍ମଦିବସକୁ ହିଁ ମଧୁମେହ ଦିବସ ଭାବେ ପାଳନ କରାଯାଉଛି। ବିଶ୍ବର ୧୭୦ରାଷ୍ଟ୍ରରେ ଏହି ଦିବସ ପାଳିତ ହେଉଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button