ଆଜମ ଖାନ୍ଙ୍କ ବାସଭବନ, ଅଫିସରେ ଆୟକର ଚଢଉ – Ibnodisha
[ad_1]
ଲକ୍ଷ୍ନୌ: ଆୟକର ବିଭାଗ ପକ୍ଷରୁ ବୁଧବାର ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ନେତା, ପୂର୍ବତନ ସାଂସଦ ତଥା ମନ୍ତ୍ରୀ ଆଜମ ଖାନ୍ଙ୍କ ବାସଭବନ ଓ ଅଫିସ ଉପରେ ଚଢଉ କରାଯାଇଥିବା ଜଣାପଡିଛି । ଆୟକର ଟିମ୍ ଏକାସାଙ୍ଗରେ ଲକ୍ଷ୍ନୌ, ରାମପୁର, ମିରଟ୍, ଗାଜିଆବାଦ, ସାହାରନ୍ପୁର ଓ ସୀତାପୁରରେ ଥିବା ଆଜମ୍ଙ୍କ ଘର ଓ ଅଫିସ ଉପରେ ଚଢଉ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଅଲ୍ ଜୌହର ଟ୍ରଷ୍ଟ ଦୁର୍ନୀତିକୁ ନେଇ ଏଭଳି ଚଢଉ ହୋଇଥିବା କୁହାଯାଇଛି ।
ତେବେ ଆଜମ କୌଣସି ଆୟକର ଫାଙ୍କି କିମ୍ବା ଅର୍ଥ ତୋଷରପାତ ଘଟଣାରେ ସଂପୃକ୍ତ ନଥିବାବେଳେ କେନ୍ଦ୍ର ତଥା ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଚକ୍ରାନ୍ତ କରି ଏଭଳି ଆୟକର ଚଢଉ କରିଛନ୍ତି ବୋଲି ସମାଜବାଦୀ ପାର୍ଟି ସାଂସଦ ରାମଗୋପାଳ ଯାଦବ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଆଜମ୍ ଉକ୍ତ ଟ୍ରଷ୍ଟ୍ର ଅଧ୍ୟକ୍ଷ ଅଛନ୍ତି । ୟୁପି ସରକାର ଚଳିତବର୍ଷ ପ୍ରାରମ୍ଭରେ ରାମପୁରଠାରେ ଟ୍ରଷ୍ଟକୁ ଦିଆଯାଇଥିବା ୩.୨୪ ଏକର ଜମିର ଲିଜ୍କୁ ବାତିଲ କରିଦେଇଛନ୍ତି । ୨୦୧୩-୧୪ରେ ବାର୍ଷିକ ୧୦୦ ଟଙ୍କା ମୂଲ୍ୟରେ ୩୦ ବର୍ଷ ପାଇଁ ଏହି ଜମି ଅଲ୍ ଜୌହର ଟ୍ରଷ୍ଟକୁ ଲିଜ୍ ସୂତ୍ରରେ ଦିଆଯାଇଥିଲା ।
[ad_2]