ରାଜ୍ୟ

କୁମ୍ଭୀର ମୁହଁରୁ ଅଳ୍ପକେ ବଂଚିଗଲା ଜୀବନ – Ibnodisha

[ad_1]

ମାର୍ଶାଘାଇ : ମାର୍ଶାଘାଇ ବ୍ଲକ କଶୋଟିବାଲି ଗାଁରେ କୁ୍ମ୍ଭୀର ଆତଙ୍କ । ଗାଁ ନିକଟ ଲୁଣା ନଦୀରେ କୁମ୍ଭୀର ଚଳପ୍ରଚଳ ଦେଖି ଆତଙ୍କିତ ଗ୍ରାମବାସୀ । ଗାଁର କୈଳାଶ ବେହେରା ନଦୀରେ ଗାଧଉଥିବା ବେଳେ ଆକ୍ରମଣ କରିବାକୁ ମାଡି ଆସିଥିଲା ୮ ଫୁଟର କୁମ୍ଭୀର । ସ୍ୱଭାଗ୍ୟ ବଶତଃ କୁମ୍ଭୀରକୁ ଦେଖି ପାଣିରୁ ବାହାରି ଆସିବାରୁ ବଂଚି ଯାଇଛି ତାଙ୍କ ଜୀବନ । ଆଉ କନକ ନ୍ୟୁଜରେ ସେହି ସମୟର ଆତଙ୍କ ବାବଦରେ କହିଛନ୍ତି କୈଳାସ ।ଜୀବନ ବିକଳରେ ଅଧା ଗାଧୁଆରୁ ଗାଁକୁ ଯାଇ ଲୋକଙ୍କୁ କୁମ୍ଭୀର ସଂପର୍କରେ କହିଥିଲେ । ଗାଁ ଲୋକ ଲୁଣା ନଦୀ କୁଳକୁ ଆସି ଖୋଜାଖୋଜି କରିବାରୁ କୁମ୍ଭୀର ପଳାଇ ଯାଉଥିବାରୁ ଦେଖିବାକୁ ପାଇଥିଲେ ।ବେଶ୍ କିଛି ଦିନ ହେବ କେନ୍ଦ୍ରାପଡା ଜିଲ୍ଲାର ନଦୀନାଳରେ କୁମ୍ଭୀରଙ୍କ ଗତିବିଧି ବଢିଯାଇଛି । କୁମ୍ଭୀର ଆକ୍ରମଣରେ ବାରମ୍ବାର ଧନଜୀବନ ହାନୀ ଘଟୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button