ମନୋରଞ୍ଜନ

ଦୁଇମାସ ପୂର୍ବରୁ ଚୟନ କରିଥିବା ସ୍ଥାନରେ ରାଘବ ଓ ପରିଣୀତିଙ୍କ ଧୁମଧାମରେ ହେବ ବାହାଘର – Ibnodisha

[ad_1]

ମୁମ୍ବାଇ: କିଛି ଦିନ ଧରି ଉଭୟ ପରସ୍ପରକୁ ଡେଟିଂ କରିବା ପରେ  ଆପ୍‌ ସାଂସଦ ରାଘବ ଚଡ୍ଡା ଓ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ ମଇ ୧୩ରେ ଶେଷ ହୋଇଥିଲା। ଏହାପରେ ଲୋକେ ଦୁହେଁ କେବେ ବିବାହ କରିବ‌େ ବୋଲି ଅପେକ୍ଷା କରି ରହିଥିଲେ।

ତେବେ ପରିବାର ଲୋକଙ୍କ ଉପସ୍ଥିତିରେ ରାଘବ ଚଡ୍ଡା ଓ ପରିଣୀତିଙ୍କ ରୋକା ବା ନିର୍ବନ୍ଧ ଶେଷ ହୋଇଥିଲା। ଚଳିତ ବର୍ଷ ଅକ୍ଟୋବରରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜାତୀୟ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିବା ବେଳେ ଚଳିତମାସ ଅର୍ଥାତ ସେପ୍ଟେମ୍ବର ଶେଷରେ ରାଘବ ଓ ପରିଣୀତିଙ୍କ ବିବାହ ହେବ ବୋଲି କୁହାଯାଉଛି। ବିବାହ ରୀତିନୀତି ରାଜସ୍ଥାନର ଲେକସିଟି ଉଦୟପୁରର ଲିଲା ପ୍ୟାଲେସରେ ସେପ୍ଟେମ୍ବର ୨୩ରୁ ୨୪ ମଧ୍ୟରେ ସମ୍ପର୍ଣ୍ଣ ହେବ।

ରାଘବ ଓ ପରିଣୀତିଙ୍କ ବିବ‌ାହ ପାଇଁ ଏହି ପ୍ୟାଲେସରେ ୨୦୦ରୁ ଅଧିକଲୋକ ରହିବାର ବ୍ୟବସ୍ଥା କରାଯାଇଛି। ଏଥିରେ ୫୦ରୁ ଅଧିକ ରାଜନେତା, ଷ୍ଟାର, ଭିଆଇପି ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନେ ବି ସାମିଲ ରହି‌ବେ ବୋଲି କୁହାଯାଉଛି। ବିବାହ ପରେ ଗୁରୁଗ୍ରାମରେ ବିବାହ ଭ‌ୋଜିର ଆୟୋଜନ କରାଯିବ। ଯେଉଁଥିପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ରାଘବ ଓ ପରିଣୀତିଙ୍କ ବିବାହ ରୀତିନୀତି ଲିଲା ପ୍ୟାଲେସରେ ଆୟୋଜନା ହେବାକୁ ଥିବା ବେଳେ ବନ୍ଧୁବ‌ାନ୍ଧବଙ୍କ ରହିବା ପାଇଁ ଉଦୟବିଲାସ ହୋଟେଲ ସମେତ ଆଖପାଖରେ ଥିବା ତିନିଟି ହୋଟେଲ ବୁକ କରାଯାଇଛି। ଦୁଇମାସ ପୂର୍ବରୁ ରାଘବ ଓ ପରିଣୀତି ଉଦୟପୁର ଆସି ହୋଟେଲର ଲୋକେସନ ଦେଖି ବିବାହ ପାଇଁ ଚୟନ କରି ଯାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button