ମନୋରଞ୍ଜନ

‘ପଠାନ’କୁ ‘ଗଦର-୨’ ପଛରେ ପକାଇଥିବା ଭଳି ‘ଗଦର-୨’କୁ ପଛରେ ଛାଡ଼ିଲା ‘ଯବାନ’ – Ibnodisha

[ad_1]

ମୁମ୍ବାଇ: ଶାହରୁଖ ଖାନ ପୁଣି ଥରେ ହିନ୍ଦୀ ବକ୍ସ ଅଫିସର କିଙ୍ଗ୍‌ ପାଲଟିଯାଇଛନ୍ତି। ଗୁରୁବାର ଟିକେଟ୍ କାଉଣ୍ଟ୍‌ରରେ ଏକ ଜବରଦସ୍ତ ଦୃଶ୍ୟ ଦେଖିବାକୁ ମିଳିଥିଲା। ଦେଖାଯାଉଛି ଯେ ‘ଯବାନ’ ପାଇଁ ୧ ରେ ୧ ମାଗଣା ଟିକେଟ୍ ଅଫର୍ କାମ କରିଛି। ସବୁଠାରୁ କୌତୂହଳର ବିଷୟ ହେଉଛି ଯେପରି ‘ଗଦର ୨’ ‘ପଠାନ’କୁ ପାର୍‌ କରି ହିନ୍ଦୀରେ ସର୍ବାଧିକ ରୋଜଗାରର ରେକର୍ଡ ସୃଷ୍ଟି କରିଥିବା ଫିଲ୍ମ ବନିଥିଲା, ‌ସେହିପରି ଏବେ ‘ଯବାନ’ ‘ଗଦର-୨’ରୁ ପାର୍‌ କରି ସବୁଠାରୁ ଅଧିକ ରୋଜଗାର କରିଥିବା ସିନେମା ବନିପାରିିଛି।

‘ଯବାନ’ ବର୍ତ୍ତମାନ ହିନ୍ଦୀରେ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି, ଯାହାକି ସନ୍ନି ଦେଓଲଙ୍କ ‘ଗଦର -୨’ର ୫୨୪.୭୫ କୋଟି ଟଙ୍କାର ରୋଜଗାରକୁ ପରାସ୍ତ କରିଛି।
ସେପ୍ଟେମ୍ବର ୨୮ ଗୁରୁବାର ଦିନ ଦୁଇଟି ନୂତନ ଚଳଚ୍ଚିତ୍ର ‘ଫୁକ୍‌ରେ ୩’ ଏବଂ ‘ଦି ଭ୍ୟାକ୍‌ସିନ୍‌ ୱାର୍‌’ ମୁକ୍ତିଲାଭ କରିଥିଲା। ଲାଗୁଥିଲା ଯେ ଏହା ‘ଯବାନ’ର ରୋଜଗାର ଉପରେ କିଛି ପ୍ରଭାବ ପକାଇବ। କିନ୍ତୁ ରିଲିଜ୍ ହେବାର ୨୨ତମ ଦିନରେ ବି ‘ଯବାନ’ର ଆୟ ହ୍ରାସ ହେବା ପରିବର୍ତ୍ତେ ବୃଦ୍ଧି ପାଇଛି।  ରିପୋର୍ଟ ଅନୁଯାୟୀ, ଶାହରୁଖ ଖାନଙ୍କ ଏହି ଚଳଚ୍ଚିତ୍ର ଗୁରୁବାର ଦିନ ହିନ୍ଦୀ, ତାମିଲ ଏବଂ ତେଲୁଗୁ ସଂସ୍କରଣରେ ୫.୭୭ କୋଟି ଟଙ୍କା ଆୟ କରିଛି। ବୁଧବାର ଦିନ ଗୋଟିଏ ଦିନ ପୂର୍ବରୁ ଏହି ଫିଲ୍ମ ୪.୮୫ କୋଟି ଟଙ୍କା ଆୟ କରିଥିଲା। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ରୋଜଗାରରେ ୨୩.୦୯% ଆୟ ବୃଦ୍ଧି ଘଟିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button