ରାଜ୍ୟ
ପାରିବାରିକ କଳହ : ୩ ବର୍ଷର ଝିଅ ବେକ କାଟିଲା ବାପା – Ibnodisha
[ad_1]
ବାଲିପାଟଣା : ପାରିବାରିକ କଳହରୁ ବ୍ଲେଡ ରେ ୩ ବର୍ଷ ଝିଅର ବେକ କାଟିଲା ବାପା । ଏଭଳି ଏକ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଳକାଟି ରେ । ସ୍ଥାନୀୟ ଲୋକେ ଗୁରୁତର ଶିଶୁ କନ୍ୟାକୁ ଉଦ୍ଧାର କରି ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଶିଶୁକନ୍ୟା କୁ କ୍ୟାପିଟାଲ୍ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଛି ।
ବାଳକାଟି ସାତକାଣିଆ ଅଂଚଳରେ ଥିବା ଇଟା ଭାଟିରେ ଗଣେଷ ସିଂ ଏବଂ ପାନ ସିଂ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । କୌଣସି କାରଣରୁ ସ୍ଵାମୀ – ସ୍ତ୍ରୀ ମଧ୍ୟରେ ବୁଧବାର କଳହ ଲାଗିଥିଲା । ଏଥିରେ ଗଣେଷ ସିଂ ଉତକ୍ଷିପ୍ତ ହୋଇ ନିଜ ୩ ବର୍ଷର ଶିଶୁ କନ୍ୟାର ବେକକୁ ବ୍ଲେଡରେ କାଟି ଦେଇଥିଲା । ଏଥିରେ ଶିଶୁ କନ୍ୟାର ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଶିଶୁ କନ୍ୟାକୁ ଉଦ୍ଧାର କରି ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଶିଶୁକନ୍ୟାର ଅବସ୍ଥା ଗୁରତର ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଛି ।
[ad_2]