ଦେଶ

ମଣିପୁର ହିଂସା ଦମନ ପାଇଁ ବଡ଼ ପଦକ୍ଷେପ, ୮ ମୈତେଇ ସଂଗଠନ ନିଷିଦ୍ଧ ଘୋଷିତ – Ibnodisha

[ad_1]

ନୂଆଦିଲ୍ଲୀ: ମଣିପୁରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଜାତିଆଣ ହିଂସାକୁ ଦମନ କରିବା ଲାଗି କେନ୍ଦ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି। ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମୈତେଇ ସମ୍ପ୍ରଦାୟର ୮ଟି ସଂଗଠନକୁ ନିଷିଦ୍ଧ କରିଛନ୍ତି। ନିଷିଦ୍ଧ ହୋଇଥିବା ସଂଗଠନଗୁଡିକ ହେଲା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ), ରିଭୋଲ୍ୟୁସନାରୀ ପିପୁଲ୍ସ ପାର୍ଟି (ଆରପିଏଫ୍), ୟୁନାଇଟେଡ୍ ନ୍ୟାସନାଲ ଲିବରେସନ ଫ୍ରଣ୍ଟ (ୟୁଏନଏଲଏଫ୍‌), ମଣିପୁର ପିପୁଲ୍ସ ଆର୍ମି (ଏମପିଏ), ଦ ପିପୁଲ୍ସ ରିଭୋଲ୍ୟୁସନାରୀ ପାର୍ଟି ଅଫ୍ କାଙ୍ଗଲେଇପାକ୍ (ପିଆରଇପିଏକେ), ରେଡ ଆର୍ମି ବା କାଙ୍ଗଲେଇପାକ୍ କମ୍ୟୁନିଷ୍ଟି ପାର୍ଟି (କେସିପି), କାଙ୍ଗଲେଇ ୟୋଲ କାନବା ଲୁପ୍ (କେୱାଇକେଏଲ୍‌) ଓ ଆଲାଏନ୍ସ ଫର ସୋସିଆଲିଷ୍ଟ ୟୁନିଟ୍ କାଙ୍ଗଲେଇପାକ୍ (ଏଏସ୍‌ୟୁକେ)।

ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ (ୟୁଏପିଏ)ର ୧୯୬୭ ଅନୁଯାୟୀ ଏହି ସଂଗଠନଗୁଡିକ ନିଷିଦ୍ଧ କରାଯାଇଛି। କେନ୍ଦ୍ର ସରକାର କହିଛନ୍ତି ଯେ ଏହି ସଂଗଠନଗୁଡିକ ଦେଶର ସାର୍ବଭୌମତ୍ବ ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବା ଭଳି କାର୍ଯ୍ୟକଳାପରେ ଲିପ୍ତ ରହିଥିଲେ। ଗତ ମେ ୩ ତାରିଖରୁ ମଣିପୁରରେ ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସାକାଣ୍ଡ ଲାଗି ରହିଛି। ଏହି ହିଂସାରେ ୧୭୫ଜଣଙ୍କର ମୃତ୍ୟୁ ହେଲାଣି। ଏହା ସହିତ ହଜାର ହଜାର ଲୋକ ଘରଦ୍ବାର ହରାଇ ରିଲିଫ ଶିବିରରେ ରହୁଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button