ଆଜି ଆନ୍ତର୍ଜାତିକ ଇ-ବର୍ଜ୍ୟବସ୍ତୁ ଦିବସ – Ibnodisha
[ad_1]
ନୂଆଦିଲ୍ଲୀ: ଆଜି ବିଶ୍ବର ଅନେକ ଦେଶରେ ‘ଆନ୍ତର୍ଜାତିକ ଇ-ବର୍ଜ୍ୟବସ୍ତୁ ଦିବସ’ ପାଳନ କରାଯାଉଛି। ୟୁରୋପୀୟ ସଂଘର ନ୍ୟାୟିକ ସଂଗଠନ ‘ୱେଷ୍ଟ୍ ଇଲେକ୍ଟ୍ରିକାଲ ଆଣ୍ଡ୍ ଇକ୍ବିପ୍ମେଣ୍ଟ୍ ଡାଇରେକ୍ଟିଭ୍’ (ଡବ୍ଲ୍ୟୁଇଇଇ)ର ଆହ୍ବାନ କ୍ରମେ ୨୦୧୮ ମସିହାରେ ଏହି ଦିବସର ପରିକଳ୍ପନା କରାଯାଇଥିଲା ଏବଂ ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୧୪ ତାରିଖରେ ଏହି ଦିବସ ପାଳିତ ହୋଇ ଆସୁଛି। ଉଦ୍ଦେଶ୍ୟ ହେଉଛି, ବିଶ୍ବର ବିଭିନ୍ନ ସଂଗଠନକୁ ନେଇ ଇ-ବର୍ଜ୍ୟବସ୍ତୁ ବାବଦରେ ସଚେତନତା ସୃଷ୍ଟି କରିବା। ଚଳିତ ବର୍ଷର ଦିବସ ପାଳନରେ ସେହି ଛୋଟ ଛୋଟ ବୈଦ୍ୟୁତିକ ଉପକରଣକୁ ଗୁରୁତ୍ବ ଦିଆଯାଉଛି, ଯାହାକୁ ଆମେ ବ୍ୟବହାର କରିନଥାଉ, ଅଥଚ ଆଲମାରି ବା ଡ୍ରୟାରରେ ସାଇତି ରଖିଥାଉ ଅଥବା ସାଧାରଣ ବର୍ଜ୍ୟବସ୍ତୁ ମେଳରେ ଛାଡ଼ିଦେଇଥାଉ। ଉଲ୍ଲେଖଯୋଗ୍ୟ, ମୋବାଇଲ୍ ଫୋନ୍, ଟୋଷ୍ଟର ଓ କ୍ୟାମେରା ପରି ଇଲେକ୍ଟ୍ରୋନିକ ଉତ୍ପାଦଗୁଡ଼ିକ ଛୋଟ ଆକାରର ହୋଇଥିବାରୁ ଅନେକ ସମୟରେ ସେଗୁଡ଼ିକୁ ଭୁଲ୍ ଭାବରେ ପରିତ୍ୟକ୍ତ କରାଯାଇଥାଏ। ତେବେ ଏଭଳି ସାମଗ୍ରୀରେ ଯଥେଷ୍ଟ ପରିମାଣର ଇ-ବର୍ଜ୍ୟବସ୍ତୁ ରହିଥାଏ ଯାହା ଆବର୍ଜନାରେ ମିଶି କେଉଁଠି ଜମିଥାଏ ବା ପୋଡ଼ି ଧ୍ବଂସ ହୋଇଯାଇଥାଏ। ଏଭଳି କ୍ଷେତ୍ରରେ ବହୁ ମୂଲ୍ୟବାନ ଧାତୁ ସେଥିରୁ କଢ଼ାନଯାଇ ନଷ୍ଟ ହୋଇଯିବା ସହ ଅନେକ ଧାତୁ ମଧ୍ୟ ମାଟି ଓ ବାୟୁରେ ମିଶି ଭୂମି, ଜଳ ଓ ବାୟୁ ପ୍ରଦୂଷଣ ବଢ଼ାଇଥାଏ। ତେଣୁ ଇ-ବର୍ଜ୍ୟବସ୍ତୁର ସଠିକ୍ ବିନିଯୋଗକୁ ଉପଭୋକ୍ତାଙ୍କ ପାଇଁ ସରଳ ଓ ସୁବିଧାଜନକ କରିବା ପାଇଁ ଡବ୍ଲ୍ୟୁଇଇଇ ମଞ୍ଚ ନିରନ୍ତର ଉଦ୍ୟମ ଜାରି ରଖିଛି। ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି- କୌଣସି ବି ସାମଗ୍ରୀକୁ ପ୍ଲଗ୍, ବ୍ୟାଟେରି ବା କେବୁଲ୍ ସାହାଯ୍ୟରେ ପୁନଃବ୍ୟବହାରକ୍ଷମ କରିହେବ।
[ad_2]