ଦେଶ
ନବଜାତ ରାଜକନ୍ୟାର ୧୫୭ ଅକ୍ଷର ବିଶିଷ୍ଟ ନାମ; ସଂକ୍ଷିପ୍ତ କରିବାକୁ ସ୍ପେନ୍ ଯୁବରାଜଙ୍କୁ ନିର୍ଦ୍ଦେଶ – Ibnodisha

[ad_1]
ମାଦ୍ରିଦ: ସ୍ପେନର ଯୁବରାଜ ଫର୍ଣ୍ଣାଣ୍ଡୋ ଫିଟ୍-ଜେମ୍ସ ଷ୍ଟୁଆର୍ଟଙ୍କ ପତ୍ନୀ ନିକଟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ତେବେ ଏହି ରାଜ ଦମ୍ପତି ସେମାନଙ୍କର ନବଜାତକର ନାମ ‘ସୋଫିଆ ଫର୍ଣ୍ଣାଣ୍ଡା ଡୋଲୋରେସ୍ କାୟେତାନା ଟେରେସା ଆଞ୍ଜେଲା ଡି’ ଲା କ୍ରୁଜ୍ ମିକାଇଲା ଡେଲ୍ ସାଣ୍ଟିସିମୋ ସାକ୍ରାମେଣ୍ଟୋ ଡେଲ୍ ପର୍ପିଟୁୟୋ ସୋକୋରୋ ଡି’ ଲା ସାଣ୍ଟିସିମା ତ୍ରିନିଦାଦ ଡି ଟୋଡୋସ୍ ଲସ୍ ସାଣ୍ଟୋସ୍’ ରଖିଛନ୍ତି ।
ତେବେ ୧୫୭ ଅକ୍ଷର ବିଶିଷ୍ଟ ଏହି ନାମ ଅତ୍ୟଧିକ ଲମ୍ବା ହେଉଥିବାରୁ ସରକାରୀ କାଗଜପତ୍ରରେ ଏହାକୁ ଉଲ୍ଲେଖ କରିବା କଷ୍ଟକର ହୋଇପଡିଛି । ନାମ ପଞ୍ଜିକରଣ କରିବାକୁ ସରକାରୀ ଅଧିକାରୀ ସ୍ପଷ୍ଟ ମନା କରିବା ସହ ସଂକ୍ଷିପ୍ତ ନାମକରଣ ପାଇଁ ଯୁବରାଜଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ନବଜାତ କନ୍ୟାର ନାମକୁ ୨୫ ଅକ୍ଷର ମଧ୍ୟରେ ସୀମିତ ରଖିବାକୁ ପରାମର୍ଶ ଦିଆଯାଇଥିବା ପ୍ରକାଶ ।
[ad_2]




