ଦେଶ

ମଧ୍ୟପ୍ରଦେଶ‌ରେ ଅଭାବନୀୟ ଘଟଣା: ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ଦେଖି କବାଟ କିଳିଦେଲେ – Ibnodisha

[ad_1]

ରକ୍ତାକ୍ତ ଅବସ୍ଥାରେ ଦେଢ଼ ଘଣ୍ଟା ପରେ ଉଦ୍ଧାର କଲା ପୁଲିସ

ଭୋପାଳ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୨ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରି ତାକୁ ଅତ୍ୟନ୍ତ ଅମାନୁଷିକ ଭାବେ ଅର୍ଦ୍ଧନଗ୍ନ ଏବଂ ରକ୍ତାକ୍ତ ଅବସ୍ଥାରେ ରାସ୍ତା କଡ଼ରେ ଫୋପାଡ଼ି ଦିଆଯାଇଛି। ସହରର ଦାଣ୍ଡି ଆଶ୍ରମ ନିକଟରେ ନାବାଳିକାକୁ ଫୋପାଡ଼ି ଦିଆଯାଇଛି। ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଛବି ଅନୁଯାୟୀ ନାବାଳିକା ଜଣଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ଏକ ଅଞ୍ଚଳରେ ଚାଲୁଥିବାବେଳେ କିଛି ବ୍ୟକ୍ତିଙ୍କୁ ସାହାଯ୍ୟ ମାଗିଥିଲା, କିନ୍ତୁ ସେମାନେ ନାବାଳିକାକୁ ଘଉଡ଼ାଇ ଦେଇଥିଲେ। ଆଉ କେତେଜଣ ଶିଶୁକୁ ସହାୟତା ଦେବା ବଦଳରେ କବାଟ କିଳିଦେଇଥିଲେ। ସହାୟତା ପାଇଁ ପ୍ରାୟ ଦେଢ଼ ଘଣ୍ଟା ବୁଲିଥିବା ଜଣାପଡ଼ିଛି।

ନାବାଳିକାକୁ ପରେ ପୁଲିସ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲା। ପରବର୍ତ୍ତୀ ସମୟରେ ତାକୁ ଚିକିତ୍ସା ପାଇଁ ଇନ୍ଦୋର ପଠାଯାଇଛି। ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ ଦୋଷୀକୁ ଧରିବାପାଇଁ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ଗଠନ କରାଯାଇଛି। ନାବାଳିକାର ମେଡିକାଲ ପରୀକ୍ଷାରୁ ଜଣାପଡ଼ିଛି ଯେ ସେ ଦୁଷ୍କର୍ମର ଶିକାର ହୋଇଛି। ମଧ୍ୟପ୍ରଦେଶ ପୁଲିସ ଉକ୍ତ ଘଟଣାରେ ଜଣଙ୍କୁ ଅଟକ ରଖିଛି। ନାବାଳିକା ସହ କ’ଣ ଘଟିଛି ତାହା ସେ ଠିକ୍‌ରେ କହିପାରୁନି। କିନ୍ତୁ ନାବାଳିକା ଉତ୍ତରପ୍ରଦେଶର ପ୍ରୟାଗରାଜର ବୋଲି ଜଣାପଡ଼ିଛି। ନାବାଳିକା ଦୁଷ୍କର୍ମ ମାମଲାରେ ଏନ୍‌ସିପିସିଆର (ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିସନ୍‌) ଉଜ୍ଜୟିନୀ ପୁଲିସକୁ ନୋଟିସ କରିଛନ୍ତି। ଏନ୍‌ସିପିସିଆର ମୁଖପାତ୍ର ପ୍ରିୟଙ୍କ କାନୁନ୍‌ଗୋ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ, ନାବାଳିକା ଜଣଙ୍କ ଅନେକ ସମୟ ଧରି ସାହାଯ୍ୟ ମାଗିଥିଲେ ବି କେହି ତାକୁ ସାହାଯ୍ୟ କରିନଥିଲେ। ଏହା ସମାଜର ଅନ୍ଧକାର ପାର୍ଶ୍ବର ଏକ ଉଦାହରଣ ବୋଲି ସେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button