ଖେଳ

ଏସିଆନ୍ ଶୁଟିଂ ଚାମ୍ପିଅନ୍‌ଶିପ୍‌; ଅଲିମ୍ପିକ୍ କୋଟା ପକ୍କାକଲେ ମନୁ ଭାକର – Ibnodisha

[ad_1]

ଚାଙ୍ଗ୍‌ୱନ: ଭାରତୀୟ ଶୁଟର୍ ମନୁ ଭାକର୍ ଦକ୍ଷିଣ କୋରିଆର ଚାଙ୍ଗ୍‌ୱନ୍‌ରେ ଚାଲିଥିବା ଏସିଆନ୍ ଶୁଟିଂ ଚାମ୍ପିଅନ୍‌ଶିପ୍‌ରେ ଶନିବାର ମହିଳା ୨୫ ମିଟର ସ୍ପୋର୍ଟ୍ସ ପିସ୍ତଲ ଇଭେଣ୍ଟ୍‌ରେ ପଞ୍ଚମ ସ୍ଥାନରେ ରହି ଦେଶ ପାଇଁ ଏକାଦଶ ପ୍ୟାରିସ୍ ଅଲିମ୍ପିକ୍ସ କୋଟା ହାସଲ କରିଛନ୍ତି । କ୍ୱାଲିଫାଇଙ୍ଗ୍‌ରେ ମନୁ ୫୯୧ ସ୍କୋର୍ ସହ ପ୍ରଥମ ସ୍ଥାନରେ ରହି ଫାଇନାଲ୍ ଯୋଗ୍ୟତା ଅର୍ଜନ କରିଥିଲେ । ମାତ୍ର ପଦକ ରାଉଣ୍ଡ୍‌ରେ ସେ ମାତ୍ର ୨୪ ପଏଣ୍ଟ୍ ହାସଲ କରିପାରିଥିଲେ । ଫଳରେ ଟୋକିଓ ଅଲିମ୍ପିଆନ୍ ଭାକର୍ ଚୀନ୍‌ର ଲିୟୁ ରୁଇ (୩୭), ଇରାନ୍‌ର ରୋସ୍ତମିୟାନ୍ ହନିୟାନ୍ (୩୬), ଚୀନ୍‌ର ଝାଓ ନାନ (୩୨) ଏବଂ ଫେଙ୍ଗ୍ ସିକ୍ସୁଆନ୍ (୨୭)ଙ୍କ ପଛରେ ପଡ଼ିଯାଇଥିଲେ ।

ସୂଚନାଯୋଗ୍ୟ, ଏସିଆନ୍ ଶୁଟଂ ଚାମ୍ପିଅନ୍‌ଶିପ୍ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଇଙ୍ଗ୍ ଇଭେଣ୍ଟ୍ ହୋଇଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟ୍‌ରେ ୨୪ ଅଲିମ୍ପିକ୍ସ କୋଟା ରହିଛି । ଏହା ମଧ୍ୟରେ ୧୨ ଅଲିମ୍ପିକ୍ସ ଶୁଟିଂ ଇଭେଣ୍ଟ୍‌ରେ ପ୍ରତ୍ୟେ ଦୁଇ ଶୀର୍ଷ ଫିନିସର୍ (ପ୍ରତି ଦେଶ ଗୋଟିଏ) ନିଜ ଜାତୀୟ ଟିମ୍ ପାଇଁ କୋଟା ସ୍ଥାନ ସୁରକ୍ଷିତ କରିବେ । ଯଦିଓ ଭାକର୍ ପଞ୍ଚମ ସ୍ଥାନରେ ରହିଛନ୍ତି, ଏହା ସତ୍ତ୍ୱେ ସେ ଅଲିମ୍ପିକ୍ କୋଟା ହାସଲରେ ସଫଳ ହୋଇଛନ୍ତି । କାରଣ ଚେନ୍ ୟାନ୍ ପୂର୍ବରୁ କାହିରା ବିଶ୍ୱ ଚାମ୍ପିଅନ୍‌ଶିପ୍‌ରେ ଚୀନ୍ ପାଇଁ ଗୋଟିଏ କୋଟା ହାସଲ କରିସାରିଛନ୍ତି ।

ସେହିପରି ଶନିବାରର ସ୍ୱର୍ଣ୍ଣ ପଦକ ବିଜେତା ଲିୟୁ ରୁଇ ଦ୍ୱିତୀୟ କୋଟା ହାସଲ କରି ଚୀନ୍‌ର କୋଟା ପୂରଣ କରିସାରିଥିବାରୁ ଝାଓ ନାନ୍ ଏବଂ ଫେଙ୍ଗ୍ ସିକ୍ସୁଆନ୍ ଆସନ୍ତାବର୍ଷର ଅଲିମ୍ପିକ୍ କୋଟା ହାସଲରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପକ୍ଷରେ ଇରାନ୍‌ର ରୋସ୍ତମିୟାନ୍ ହାନିୟେହ କାହିରା ବିଶ୍ୱ ଚାମ୍ପିଅନ୍‌ଶିପ୍ ପୂର୍ବରୁ ହିଁ କୋଟା ହାସଲ କରିସାରିଥିଲେ । ଫଳରେ ଏସିଆନ୍ ଚାମ୍ପିଅନ୍‌ଶିପ୍‌ରେ ମହିଳା ୨୫ ମିଟର ପିସ୍ତଲ୍ ଇଭେଣ୍ଟ୍‌ରେ ଥିବା ଦୁଇଟି ସ୍ଥାନ ମଧ୍ୟରୁ ଦ୍ୱିତୀୟଟି ଭାକର୍‌ଙ୍କୁ ମିଳିଛି । ପ୍ୟାରିସ୍ ଅଲିମ୍ପକ୍ସ ପାଇଁ ଶୁଟିଂରେ ଏହା ଭାରତର ଏକାଦଶ କୋଟା । ଏହା ମଧ୍ୟରୁ ପାଞ୍ଚଟି ମନୁ ଭାକର, ମେହୁଲୀ ଘୋଷ, ସିଫ୍ଟ କୌର୍ ସାମ୍‌ରା, ରାଜେଶ୍ୱରୀ କୁମାରୀ ଏବଂ ତିଳୋତ୍ତମା ସେନ୍ ମହିଳା ଶୁଟିଂରୁ ହାସଲ କରିଥିଲେ ।

ସେହିପରି ଚାଙ୍ଗ୍‌ୱାନ୍ ମିଟ୍‌ରେ ଅର୍ଜୁନ ବାବୁଟା (ପୁରୁଷ ୧୦ମି. ଏୟାର୍ ରାଇଫଲ୍‌) ଏବଂ ସରବଜୋତ ସିଂହ (ପୁରୁଷ ୧୦ମି. ଏୟାର ପିସ୍ତଲ)ରୁ ହାସଲ କରିଛନ୍ତି । ଇତିମଧ୍ୟରେ ଶନିବାର ଭାରତୀୟ ଶୁଟର୍‌ମାନେ ଆଉ ଚାରିଟି ରୌପ୍ୟ ପଦକ ଜିତିଛନ୍ତି । ମନୁ, ଈଶା ଏବଂ ରିଦିମ୍ ସାଙ୍ଗ୍‌ୱାନ୍‌ଙ୍କ ଟିମ୍ ମହିଳା ୨୫ ମିଟର୍ ପିସ୍ତଲ ଟିମ୍ ଇଭେଣ୍ଟ୍‌ର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଦିବ୍ୟାଂଶୁ ସିଂହ ପନ୍‌ୱାର୍ ଏବଂ ରଶ୍ମିତା ଜିନ୍ଦଲ୍ ୧୦ମି. ଏୟାର୍ ରାଇଫଲ୍ ମିକ୍ସଡ୍ ଇଭେଣ୍ଟ୍ ଫାଇନାଲ୍‌ରେ ଚୀନ୍‌ଠାରୁ ପରାଜିତ ହୋଇ ରୌପ୍ୟ ପଦକ ଜିତିଛନ୍ତି । ସେହିପରି ଜୁନିୟର୍ ମହିଳା ୨୫ ମି. ପିସ୍ତଲ ଇଭେଣ୍ଟ୍‌ରେ ସିମ୍‌ରନ୍‌ପ୍ରୀତ୍ କୌର ବ୍ରାର୍‌ଙ୍କୁ ରୌପ୍ୟ ପଦକ ମିଳିଛି । ଅନ୍ୟପକ୍ଷରେ ମେଗନା ସାଦୁଲା ଏବଂ ତେଜସ୍ୱିନୀଙ୍କ ସହିତ ସିମ୍‌ରନ୍‌ପ୍ରୀତ୍ ଟିମ୍ ଇଭେଣ୍ଟ୍‌ରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button