ମାର୍କେଡା କପ୍ ଫୁଟବଲ୍ : ଓହରିଲା ପାଲେଷ୍ଟାଇନ୍; ଶୁକ୍ରବାର ଭାରତ-ମାଲେସିଆ ଉଦ୍ଘାଟନୀ ମ୍ୟାଚ୍ – Ibnodisha

[ad_1]
ନୂଆଦିଲ୍ଲୀ : ମାଲେସିଆର ରାଜଧାନୀ କ୍ୱାଲାଲମ୍ପୁରର ବୁକିତ ଜଲିଲ ଷ୍ଟାଡିୟମରେ ଆସନ୍ତା ଶୁକ୍ରବାର ଭାରତ ଓ ମାଲେସିଆ ମଧ୍ୟରେ ମାର୍କେଡା କପ୍ ଫୁଟ୍ବଲ୍ ଚାମ୍ପିଅନ୍ଶିପ୍ର ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ । ମାଲେସିଆ, ଭାରତ, ତାଜିକିସ୍ତାନ ଓ ପାଲେଷ୍ଟାଇନ୍ ୪ଟି ଦଳକୁ ନେଇ ଏହି ଚାମ୍ପିଅନ୍ଶିପ୍ ଖେଳାଯିବ ବୋଲି ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ବର୍ତ୍ତମାନର ଅପ୍ରୀତିକର ପରିସ୍ଥିତି ପାଇଁ ପାଲେଷ୍ଟାଇନ୍ ଚାମ୍ପିଅନ୍ଶିପ୍ରୁ ଓହରି ଯାଇଛି । ଫଳରେ ୩ଟି ଦଳକୁ ନେଇ ଖେଳସୂଚୀରେ କିଛିଟା ସଂଶୋଧନ କରାଯାଇଛି । ମଙ୍ଗଳବାର ପାଲେଷ୍ଟାଇନ୍ ଶେଷ ମୁହୂର୍ତ୍ତରେ ପ୍ରତିଯୋଗିତାରୁ ଓହରିଯିବା ପରେ ମେରଡେକା ଟୁର୍ଣ୍ଣାମେଣ୍ଟ ୨୦୨୩ ପାଇଁ ଫୁଟବଲ୍ ଆସୋସିଏସନ୍ ଅଫ୍ ମାଲେସିଆ (ଏଫଏମ୍) ପକ୍ଷରୁ ମ୍ୟାଚ୍ର କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ଏବେ ନକ୍ ଆଉଟ୍ ଫର୍ମାଟରେ ଭାରତ, ତାଜିକସ୍ତାନ ଓ ଆୟୋଜକ ମାଲେସିଆକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ଭାରତ ଅକ୍ଟୋବର ୧୩ରେ ପ୍ରଥମ ମ୍ୟାଚ୍ ଖେଳିବ । ଏହି ମ୍ୟଚ୍ ବିଜେତା ଅକ୍ଟୋବର ୧୭ରେ ତାଜିକସ୍ତାନ ସହ ଫାଇନାଲ୍ ଖେଳିବ । ୨୦୨୩ ମାର୍ଡେକା କପ୍ର ଆୟୋଜକ ଭାବେ ଏଫ୍ଏଏମ୍ ଏବଂ ଭାରତ ଓ ତାଜିକିସ୍ତାନ ଦଳର ପରିଚାଳନା ମଧ୍ୟରେ ହୋଇଥିବା ଏକ ସ୍ୱତନ୍ତ୍ର ବୈଠକରେ ଏହି ଫର୍ମାଟ ପରିବର୍ତ୍ତନ ହୋଇଛି । ମାଲେସିଆ ବିପକ୍ଷ ମ୍ୟାଚ୍ ନେଇ ଭାରତୀୟ ଡିଫେଣ୍ଡର ଶୁଭାଶିଷ ବୋଷ କହିଛନ୍ତି କି, ଏହି ମ୍ୟାଚ୍ ଆସନ୍ତା ମାସରେ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ କିମ୍ବା ଜାନୁଆରୀରେ ଏଏଫସି ଏସୀୟ କପ୍ ଭଳି ବଡ଼ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରିବା ଲକ୍ଷ୍ୟରେ ଦଳକୁ ଦୀର୍ଘ ସମୟ ଧରି ସହାୟତା କରିବ । ମାଲେସିଆ ଏକ ଶକ୍ତିଶାଳୀ ଦଳ । ନିକଟରେ ଏହାର କିଛି ଭଲ ଫଳାଫଳ ଦେଖିବାକୁ ମିଳିଛି । ତେଣୁ ସେମାନଙ୍କ ବିପକ୍ଷରେ ଖେଳିବାକୁ ଆମେ ଆଶା ବାନ୍ଧି ବସିଛୁ ।
[ad_2]